ଫୁଟବଲ ଆସୋସିଏସନ୍ ତରଫରୁ ସାମ୍ବାଦିକ ସମ୍ମିଳନୀ।
ସୋର(ଜ୍ୟୋତିପ୍ରକାଶ, ନିପ୍ର, ଭଞ୍ଜଦୂତ): ସୋର ଫୁଟବଲ ଆସୋସିଏସନ ପକ୍ଷରୁ ପ୍ରଥମ ଥର ପାଇଁ ସୋରରେ ଆୟୋଜିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଯାହାକୁ କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆଜି ସୋର ଉପେନ୍ଦ୍ରନାଥ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆସୋସିଏସନର ସଭାପତି ଅଶୋକ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମିଳନରେ ଆସନ୍ତା ଡିସେମ୍ବର ମାସ ୩ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଉପେନ୍ଦ୍ରନାଥ କଲେଜ ପଡିଆରେ ଅନୁଷ୍ଠିତ ହେବ ଓ ଏଥିରେ ପଶ୍ଚିମବଙ୍ଗ ଓ ଓଡିଶାର ୬ଟି ଦଳ ମଧ୍ୟରେ ଏହି ଖେଳ ଅନୁଷ୍ଠିତ ହେବ ବୋଲି ସୁଚନା ଦିଆଯାଇଛି। ଚଳିତ ବର୍ଷ ସ୍ୱର୍ଗତ ମମତାଜ ହୋସେନଙ୍କ ସ୍ମୃତିରେ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଥିବା ବେଳେ ବିଜେତା ଦଳଙ୍କୁ ୫୦ ହଜାର ଓ ରନର୍ସଅପକୁ ୩୦ହଜାରର ପୁରସ୍କାର ଥିବା କୁହାଯାଇଛି। ପ୍ରତିଦିନ ଅପରାହ୍ଣ ୩ଟାରୁ ୫ ଟା ପର୍ଯ୍ୟନ୍ତ ଏହି ଖେଳ ଅନୁଷ୍ଠିତ ହେବ ବୋଲି ସୁଚନା ଦିଆଯାଇଛି। ଏହି ସମୟରେ ଆସୋସିଏସନର ଉପସଭାପତି ରାଜେନ୍ଦ୍ର ମହାନ୍ତି, ସମ୍ପାଦକ ଶୌମ୍ୟଶାନ୍ତ ଅମୃତ ପଟ୍ଟନାୟକ, ସଦସ୍ୟ ଅଶ୍ୱିନ ପଟ୍ଟନାୟକ, କୋଷାଧକ୍ଷ ମାନସ ରଞ୍ଜନ ପଣ୍ଡା ଓ ଶେଖ ଖାଲିଦ ପ୍ରମୁଖ ଉପସ୍ଥିତ ଥିଲେ।
