ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପାଳିତ ହେଲା ‘ଜନଜାତୀୟ ଗୌରବ ଦିବସ’
ଭଗବାନ ବିର୍ସା ମୁଣ୍ଡା ଓ ଶହୀଦ ଲକ୍ଷ୍ମଣ ନାୟକଙ୍କ ଅମର ଅବଦାନ ଚିରସ୍ମରଣୀୟ: ପ୍ରଫେସର ପଣ୍ଡା, କୁଳପତି
ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀ ଓ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୭ତମ ଜନ୍ମବାର୍ଷିକୀ ଉପଲକ୍ଷେ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ), କୋରାପୁଟରେ ୨୦ ନଭେମ୍ବର ୨୦୨୫ ତାରିଖରେ ଦିବସବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ ସହ ଜନଜାତୀୟ ଗୌରବ ଦିବସ’ ମହାସମାରୋହରେ ପାଳିତା ହୋଇଯାଇଛି ।
ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ନରସିଂହ ଚରଣ ପଣ୍ଡା, ମୁଖ୍ୟ ଅତିଥି ଭାବେ ଉପସ୍ଥିତ ସହ ଭଗବାନ ବିର୍ସା ମୁଣ୍ଡା ଓ ଶହୀଦ ଲକ୍ଷ୍ମଣ ନାୟକଙ୍କ ତୈଳ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ । ଏହି ଅବସରରେ ଝାରଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଫେସର ମାଗୁଣି ଚରଣ ବେହେରା (ମୂଖ୍ୟବକ୍ତା); ଅର୍ଥନୀତି ବିଭାଗର ମୂଖ୍ୟ ପ୍ରଫେସର ରଥୀକାନ୍ତ କୁମ୍ଭାର (ସମ୍ମାନୀୟ ବକ୍ତା), ଛାତ୍ର କଲ୍ୟାଣ ଡିନ ଡ଼ଃ ରମେନ୍ଦ୍ର କୁମାର ପାଢୀ,(ସମ୍ମାନୀୟ ଅତିଥି); ଶ୍ରୀ ଦୁର୍ୟୋଧନ ସେଠି, ଅର୍ଥ ଅଧିକରୀ (ସମ୍ମାନୀୟ ଅତିଥି);, ଓ ଡ଼ଃ ପ୍ରଶାନ୍ତ କୁମାର ବେହେରା, ଅର୍ଥନୀତି ବିଭାଗର ସହଯୋଗୀ ଅଧ୍ୟାପକ, ଓ କାର୍ୟକ୍ରମ ସମନ୍ୱୟକ ମଞ୍ଚରେ ଉପସ୍ଥିତ ଥିଲେ । ଜନଜାତୀୟ ଗୌରବ ଦିବସ ପାଳନ ଅବସରରେ ବିଶ୍ବବିଦ୍ୟାଳୟରେ ଶୋଭାଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଅଭିଭାଷଣରେ ପ୍ରଫେସର ପଣ୍ଡା ଭଗବାନ ବିର୍ସା ମୁଣ୍ଡା ଓ ଶହୀଦ ଲକ୍ଷ୍ମଣ ନାୟକଙ୍କ ଦେଶପ୍ରତି ଅମୂଲ୍ୟ ଅବଦାନକୁ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ତାଙ୍କ ସାହସ, ତ୍ୟାଗ ଓ ଅଟଳ ସଙ୍କଳ୍ପକୁ ସ୍ମରଣ କରିବା ସହିତ ତାଙ୍କ ଦେଖାଇଥିବା ପଥକୁ ଅନୁସରଣ କରିବା ଆବଶ୍ୟକ। ତାଙ୍କ ଜୀବନ ଓ ସଂଘର୍ଷ ସମସ୍ତ ଭାରତୀୟଙ୍କ ପାଇଁ ଅବିରତ ପ୍ରେରଣା। ସେ ସମସ୍ତଙ୍କୁ ବିକସିତ ଭାରତ ଓ ବିକସିତ ଓଡିଶାର ସ୍ୱପ୍ନ ସାକାର କରିବାକୁ ମିଳିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ ।
ମୁଖ୍ୟ ବକ୍ତା ପ୍ରଫେସର ମାଗୁଣି ଚରଣ ବେହେରା “ଭଗବାନ ବିର୍ସା ମୁଣ୍ଡା ଓ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନଜାତୀୟ ଐତିହ୍ୟ, ସାଂସ୍କୃତିକ ପରିଚୟ ଓ ରାଷ୍ଟ୍ର ନିର୍ମାଣରେ ଅବଦାନ” ଶୀର୍ଷକ ଏକ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ । ସେ ଜନଜାତୀୟ ଶବ୍ଦର ବିଭିନ୍ନ ପର୍ଯ୍ୟାୟକୁ ବ୍ୟାଖ୍ୟା କରି କହିଥିଲେ ଯେ ସାଂସ୍କୃତିକ ଜାତୀୟତା ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ସମୟରେ ରାଜନୈତିକ ଜାତୀୟତାର ଭିତି ସେ ସୃଷ୍ଟି କରିଥିଲେ । ଭଗବାନ ବିର୍ସା ମୁଣ୍ଡା ଓ ଶହୀଦ ଲକ୍ଷ୍ମଣ ନାୟକଙ୍କ ଅବଦାନ ଆଜି ପର୍ଯ୍ୟନ୍ତ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ।
ପ୍ରଫେସର କୁମ୍ଭାର ବିର୍ସା ମୁଣ୍ଡା ଓ ଶହୀଦ ଲକ୍ଷ୍ମଣ ନାୟକଙ୍କ ଦେଶ ପାଇଁ କରିଥିବା ତ୍ୟାଗ ଓ ସଂଘର୍ଷ ବିଷୟରେ ଆଲୋଚନା କରି ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ତାଙ୍କ ଉତ୍କୃଷ୍ଟ ଉତ୍ସର୍ଗର ସ୍ମୃତିକୁ ସମ୍ମାନିତ କରୁଥିବାରେ ପ୍ରଶଂସା କରିଥିଲେ।
ଏହି ଅବସରରେ ବିଶ୍ୱବିଦ୍ୟାଳୟ ଦୀର୍ଘ ଦଶକ ଧରି ନିଷ୍ଠା ଓ ସମର୍ପଣ ସହ ଯୁକ୍ତ ରହି କାର୍ଯ୍ୟ କରୁଥିବା ବରିଷ୍ଠ ଶିକ୍ଷକ ଓ ଅଧିକାରୀମାନଙ୍କୁ ସମ୍ମାନିତ କରିଥିଲା। ସେମାନେ ହେଲେ ଡ଼ଃ କପିଳା ଖେମୁଣ୍ଡୁ, ବିଭାଗାଧ୍ୟକ୍ଷ, ସମାଜଶାସ୍ତ୍ର ବିଭାଗ; ଡ଼ଃ ବି. କେ. ଶ୍ରୀନିବାସ, ବିଭାଗାଧ୍ୟକ୍ଷ, ସମାଜ ବିଜ୍ଞାନ ବିଭାଗ; ଓ ଡ଼ଃ ଫାଗୁନାଥ ଭୋଇ, ଲୋକସମ୍ପର୍କ ଅଧିକାରୀ ।
ଏହି ଅବସରରେ ବିଭିନ୍ନ ସାହିତ୍ୟିକ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ଓ ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଡ଼ଃ ପ୍ରଶାନ୍ତ କୁମାର ବେହେରା, ସଂଯୋଜକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଡ଼ଃ ଲୋପାମୁଦ୍ରା ବେହେରା, ସହ-ସଂଗଠକ, ଧନ୍ୟବାଦ ଜ୍ଞାପନ କରିଥିଲେ।
ବିଭିନ୍ନ ବିଭାଗର ମୁଖ୍ୟମାନେ, ଚିଫ୍ ୱାର୍ଡେନ୍, ହୋଷ୍ଟେଲ୍ ୱାର୍ଡେନମାନେ, ସଂଗଠନ ସଦସ୍ୟ—ଶ୍ରୀ ସୁମିତ କୁମାର ବେହେରା, ଡ଼ଃ ଐଶ୍ୱର୍ଯ୍ୟଲକ୍ଷ୍ମୀ ଏ. ଆର୍., ଓ ଡ଼ଃ ନେଶା ସାବର ଙ୍କ ସମେତ ବିଶ୍ବବିଦ୍ୟାଳୟର ବହୁ ସଂଖ୍ୟାରେ ଶିକ୍ଷକ, କର୍ମଚାରୀ, ଗବେଷକ ବୃନ୍ଦ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ବୋଲି ବିଶ୍ବବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଡ଼ଃ ଫଗୁନାଥ ଭୋଇ ଜଣାଇଛନ୍ତି ।
ଡ଼ଃ ଫଗୁନାଥ ଭୋଇ, ଲୋକସମ୍ପର୍କ ଅଧିକାରୀ, କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
