ପେନସନ ଟଙ୍କା ଚୋରକୁ ଧରା ପକାଇଦେଲା ଲାଇଫ ସାର୍ଟିଫିକେଟ ସମ୍ପର୍କୀୟ ରାୟଗଡ ଥାନାରେ ଦେଲେ ଏତଲା
(ଗଜପତି) ଉପ୍ରୀୟମ ନାଇକା ଗଜପତି ଜିଲ୍ଲା ରାୟଗଡ ବ୍ଲକ ସଦରମହକୁମା ସ୍ଥିତ ସ୍ୱାଲସିଂ ସାହିର ଜଣେ ବିଧବା ବୃଦ୍ଧା ଶୁଭ ଗମନା ସ୍ୱାଲସିଂ(୮୨)ଙ୍କ ସରକାରୀ ପେନସନ ଦୀର୍ଘ ଦଶବର୍ଷ ଧରି ଗୋଟିଏ ପରିବାରର ବାପା ଓ ତିନିପୁଅ ବ୍ୟାଙ୍କରୁ ଉଠାଇ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି l ଯାହାକୁ ନେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l
ସୂଚନା ଅନୁଯାୟୀ ସ୍ଥାନୀୟ ବୃଦ୍ଧାଙ୍କ ସ୍ୱାମୀ ଜଣେ ସରକାରୀ ଶିକ୍ଷକ ଭାବେ କାର୍ଯ୍ୟ କରିଥିବାବେଳେ ୨୦୦୬ ରେ ତାଙ୍କର ମୃତ୍ୟୁ ହୋଇଥିଲା l ତେବେ ଏହାର ସୁଯୋଗ ନେଇ ସ୍ଥାନୀୟ ଜଣେ ବ୍ୟକ୍ତି ମୃତ ଶିକ୍ଷକଙ୍କ ବିଧବା ସ୍ତ୍ରୀଙ୍କ ଠାରୁ ଆବଶ୍ୟକୀୟ କାଗଜପତ୍ର ମାଗି ନେଇ ପରିବାର ପେନସନ ପାଇଁ ଆବେଦନ କରିଥିଲେ l ୨୦୧୫ ଡିସେମ୍ବର ମାସ ଠାରୁ ପେନସନ ମିଳିବା ଆରମ୍ଭ ହୋଇଥିଲା l କିନ୍ତୁ ଉକ୍ତ ପେନସନ ସମ୍ପର୍କରେ ସମ୍ପୃକ୍ତ ବୃଦ୍ଧାଜଣକ ତାଙ୍କ ନାମରେ ଫେମିଲି ପେନସନ ମେଳୁ ଥିବା କିଛି ଜାଣି ନ ଥିଲେ l ହେଲେ ପ୍ରତ୍ୟେକ ମାସରେ ବ୍ୟାଙ୍କରୁ ପେନସନ ଉଠାଇ ଚଳୁ କରୁଥିଲେ ଜଣେ ଠକ ସ୍ଥାନୀୟ ବ୍ୟକ୍ତି l ଏହାରି ଭିତରେ ସମ୍ପୃକ୍ତ ଠକ ବ୍ୟକ୍ତି ସରୋଜ ବର୍ଦ୍ଧନଙ୍କର କୋରୋନାରେ ମୃତ୍ୟୁ ହୋଇଯାଇଥିବା ବେଳେ ଏହାର ଫାଇଦା ଉଠାଇଥିଲେ ତାଙ୍କ ତିନି ପୁଅ l
ଏହାରି ଭିତରେ ବୃଦ୍ଧା ଅସହାୟ ଅବସ୍ଥାରେ ରହି ନିଜ ହକ୍ ପ୍ରାପ୍ୟ ନ ପାଇପାରି ଶେଷରେ ବଜାର ହାଟ ବୁଲି ବୁଲି ଜରି ଓ ପ୍ଲାଷ୍ଟିକ ବୋତଲ ଗୋଟାଇବା ଆରମ୍ଭ କରି ଚଳୁଥିଲେ ।ତେବେ ଗତ କିଛି ଦିନ ପୂର୍ବରୁ ଦୁର୍ଘଟଣାରେ ବୃଦ୍ଧାଜଣକଙ୍କ ଗୋଡ଼ ଭାଙ୍ଗିଯାଇଥିଲା । ଏଥିଯୋଗୁଁ ସେ ଘରୁ ବାହାରକୁ ଯାଇପାରୁନଥିଲେ। ଚଳିତ ମାସ ଏଗାର ତାରିଖରେ ଗୋଟିଏ ଜନ ସେବା କେନ୍ଦ୍ରର ଜଣେ ବ୍ୟକ୍ତି ଓ ଚଞ୍ଚକତା କରିଥିବା ତିନିଭାଇଙ୍କ ମଧ୍ୟରୁ ଜଣେ ଭାଇ ଦୁଇ ଜଣ ମିଶି ଉକ୍ତ ବୃଦ୍ଧାଙ୍କ ପାଖକୁ ଯାଇ କିଛି କାମ ଅଛି ବୋଲି ତାଙ୍କର ବିଭିନ୍ନ କାଗଜପତ୍ର ମାଗିଥିଲେ l ଏହି ସମୟରେ ବୃଦ୍ଧାଙ୍କ ସମ୍ପର୍କୀୟ ଭଣଜା ଦେଖି କଣ ପାଇଁ ବୃଦ୍ଧା ଙ୍କ ପାଖକୁ ଆସିଛ ବୋଲି ପଚାରିବାରୁ ସେ ଦୁହେଁ ବୃଦ୍ଧା ଙ୍କ ଲାଇଫ ସାର୍ଟିଫିକେଟ କରିବା ପାଇଁ କାଗଜ ପତ୍ର ଦରକାର ବୋଲି ଦୁଇ ଜଣ କହିଥିଲେ ।ଏହା ଶୁଣି ସମ୍ପର୍କୀୟ ଭଣଜା ଆଶ୍ଚର୍ଯ୍ୟ ହୋଇଯାଇଥିଲେ l । ବୃଦ୍ଧା ଜଣକ ବିପିଏଲ ହିତାଧିକାରୀ ହୋଇ ବାର୍ଦ୍ଧକ୍ୟ ଭତ୍ତା ପାଉ ଥିବା ବେଳେ ବୃଦ୍ଧାଙ୍କ ଲାଇଭ ସାର୍ଟିଫିକେଟ କଣ ପାଇଁ ତାର କଣ କାମ ଅଛି ବୋଲି ପଚାରିବାରୁ ସେଠାରୁ ଦୁହେଁ ମିଶି ଚଂପଟ ମାରିଥିଲେ। ତାପରେ ସମ୍ପର୍କୀୟ ଭଣଜାଙ୍କ ମନରେ ସନ୍ଦେହ ଉପୁଜି ଥିବାରୁ ଏଥିରେ କଣ ରହସ୍ୟ ଅଛି ବୋଲି ସନ୍ଦେହ କରି କିଛି ଲୋକଙ୍କୁ ବୃଦ୍ଧାଙ୍କ ଲାଇଭ ସାର୍ଟିଫିକେଟ କଣ ଓ ତାର ଆବଶ୍ୟକତା କଣ ଅଛି ବୋଲି ବୁଝି ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ । ତଥ୍ୟ ସଂଗ୍ରହ କରିବାରୁ ବୃଦ୍ଧା ଙ୍କ କାର୍ଡ, ବ୍ୟାଙ୍କ ସଂଚୟ ଖାତା ଏବଂ ଏଟିଏମ କାର୍ଡ ମଧ୍ୟ ତାଙ୍କ ପାଖରେ ମହଜୁଦ ନଥିବା ଜଣା ପଡ଼ିଥିଲା। ଏହା ପରେ ଜାଣିବାକୁ ପାଇଥିଲେ ଯେ, ବୃଦ୍ଧାଙ୍କ ସ୍ଵାମୀ ଜଣେ ସରକାରୀ କର୍ମଚାରୀ ଥିଲେ। ସ୍ବାମୀ ଙ୍କ ମୃତ୍ୟୁ ପରେ ବୃଦ୍ଧାଙ୍କ ନାମରେ ଫେମିଲି ପେନସନ କରି ବୃଦ୍ଧା ଙ୍କୁ ପେନସନ ଟଙ୍କା ନ ଦେଇ ଜଣେ ବ୍ୟକ୍ତି ଦୀର୍ଘ ଦଶବର୍ଷ ଚଲୁକରି ଆସୁଥିବା ଗୋଟିଏ ପରିବାରର ବାପାପୁଅ ଚାରିଜଣ ଏହି କେଳେଙ୍କାରୀରେ ସାମିଲ ଅଛନ୍ତି। ଏହା ଜାଣିପାରି ସମ୍ପର୍କୀୟ ସୁକାନ୍ତ ସ୍ଵାଲସିଂ ରାୟଗଡ ଥାନାରେ ଏତଲା ଦେଇଥିବାବେଳେ ପୁଲିସ ଉକ୍ତ କେଳେଙ୍କାରୀର ତଦନ୍ତ ଜାରି ରଖିଥିବା ଜଣାପଡିଛି l ହେଲେ ଜଣେ ଅସହାୟ ବିଧବା ବୃଦ୍ଧାଙ୍କ ପେନସନ ବାବଦ ଟଙ୍କାକୁ ଆତ୍ମସାତ କରିଥିବା ଘଟଣାକୁ ନେଇ ପୁଲିସ ସଠିକ୍ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି
