
କଳାହାଣ୍ଡି 🙁 କିଶନ୍ ଶର୍ମା ):-କଳାହାଣ୍ଡି ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ଗୁଡିକରେ ଚଳିତ ବର୍ଷ ୨୦୨୫ ର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ତା ୦୮.୦୩.୨୦୨୫ ରିଖ(ଶନିବାର) ଦିନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଲୋକ ଅଦାଲତରେ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ, ଶ୍ରୀ ଅନୁପ ରଞନ ପଟ୍ଟନାୟକ ଓ ସଚିବ ଜିଲ୍ଲା ଆଇନ ସେବା ପ୍ରାଧୁକରଣ ଶ୍ରୀ ଶୁଭଗୌତମ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ବିଭିନ୍ନ ଅଦାଲତରେ ୧୩ ଟି ମୋଟର ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ଟ. ୧,୦୯,୮୦,୦୦୦/- ଙ୍କା ପ୍ରଦାନ କରାଯାଇଥିଲା । ସେହିପରି ୧୪ ଟି ଦେବାନୀ ମକଦ୍ଦମା ଫଇସଲା କରାଯାଇଥିଲା,ବିଚାର ଯୋଗ୍ୟ ଫୌଜଦାରି ମକଦ୍ଦମା ଫଇସଲା କରାଯାଇଥିଲା ଏବଂ NI Act Cases (ଦଫା-୧୩୮) ଫଇସଲା କରାଯାଇ ଟ.୫,୦୦.୦୦୦/- ଙ୍କା ଆଦାୟ କରାଯାଇଥିଲା। ବିବାହ ଜନିତ ମକଦମା ୭ ଗୋଟି ଫଇସଲା କରାଜାଇଥିଲା । ରାଜସ୍ବ ମକଦ୍ଦମା ୨୦୫ଟି 066 ୧୬୬୬ଟି ଫଇସଲା କରାଯାଇ ଟ.୮,୫୦, ୭୦୭ /- ଙ୍କା ଆଦାୟ କରା ଯାଇଥିଲା ଓ ୫୬୭ ଟି ପ୍ରାକ ମୋକଦ୍ଦମା ସମ୍ବନ୍ଧୀୟ ମାମଲାର ଫଇସଲା କରାଯାଇ ଟ୯୬,୯୧,୭୯୪/- ଙ୍କା ଆଦାୟ କରାଯାଇଥିଲା।
ଏହି ଲୋକ ଅଦାଲତରେ ଭିଜଲାନ୍ସ ଜଜ୍ ଶ୍ରୀ ବଦ୍ରି ନାରାୟଣ ନନ୍ଦ, ପରିବାର ଅଦାଲତ ଜଜ୍, ରାଜଶ୍ରୀ ମହାପାତ୍ର, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପଦ୍ମଲୋଚନ ବଡଜେନା, ସିନିୟର ସିଭିଲ ଜଜ୍, ସୁଦିପ୍ତା ଦେହୁରି, ସଚିବ ଜିଲ୍ଲା ଆଇନ ସେବା ପ୍ରାକରଣ, କଳାହାଣ୍ଡି, ଶ୍ରୀ ସୁଭ ଗୌତମ ମିଶ୍ର, ସିନିୟର ସିଭିଲ ଜଜ୍ (ମହିଳା ଅଦାଲତ୍)ରଶ୍ମୀରେଖା ପାତ୍ର, ସିନିୟର ସିଭିଲ ଜଜ୍ (LR & LTV), ପି.ସିତାଲକ୍ଷ୍ମୀ,ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅନୁରାଧା ଶର୍ମା, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତି ସୁମିତ୍ରା ବିଶ୍ଵାଳ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ଅଦାଲତ ପରିଚାଳନା କରିଥିଲେ । ଏହି ଲୋକ ଅଦାଲତରେ ଅତିରିକ୍ତ ଜିଲ୍ଲା ଜଜ୍ (FTSC) ଯଦୁମଣି ମିଶ୍ର, ରେଜିଷ୍ଟ୍ରାର ଶ୍ରୀ ଚରଣଜିତ୍ ଓରାମ ପ୍ରମୁଖ ଉପସ୍ଥିତ ଥିଲେ ।
ଜିଲ୍ଲା ଆଇନ ସେବା ପ୍ରାଧୁକରଣ, କଳାହାଣ୍ଡି ତା ୦୮.୦୩.୨୦୨୫