
♦ଭବାନୀପାଟଣା:( କିଶନ୍ ଶର୍ମା ) କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ଅଧିନସ୍ଥ ଧଅଁରପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଶାନ୍ତିନଗରପଡା ଠାରେ ଉକ୍ତ ଗ୍ରାମର ବନସୁରକ୍ଷା ସମିତି ଓ ଗ୍ରାମର ମହିଳା ମାନଙ୍କୁ ନେଇ ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ମହିଳା ସଶକ୍ତିକରଣ, ମହିଳା ଓ ପୁରୁଷଙ୍କ ମଧ୍ୟରେ ସମାନତା ଉପରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଆମ ଜଙ୍ଗଲ ଯୋଜନା ଧର୍ମଗଡ ବନାଞ୍ଚଳର ଟିମ୍ ଲିଡର ଦୁର୍ଗା ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ସମ୍ବନ୍ଧରେ ଉପସ୍ଥିତ ଗ୍ରାମବାସୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯକ୍ରମରେ ସମ୍ମାନୀତ ଅତିଥି ଭାବରେ ଭିଏସ୍ଏସ୍ ସଭାପତି କ୍ଷେତ୍ରମୋହନ ମାଝୀ ଯୋଗଦାନ ଦେସଇଥିବା ବେଳେ କାର୍ଯ୍ୟକ୍ରମକୁ ଆମ ଜଙ୍ଗଲ ଯୋଜନାର ଡିଓ ତ୍ରିବିକ୍ରମ ନାଏକ, ଏନିମେଟର ଧନବଲ ବାରିକ ସହଯୋଗ କରିଥିଲେ।