ବସ୍ତା ତୀର୍ଥଯାତ୍ରୀ; ତୀର୍ଥ ଭ୍ରମଣରୁ ଫେରିଲେ ବରିଷ୍ଠ ନାଗରିକ।
ବସ୍ତା:- (ନି ପ୍ର ) ଫଟୋ
ଚଳିତ ବର୍ଷ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ପାଇଁ ଗତ ଶୁକ୍ରବାର ଦିନ କାଶୀ ବିଶ୍ଵନାଥ ଅଯୋଧ୍ୟା ଅଭିମୁଖେ ବାଲେଶ୍ଵର ରେଳଷ୍ଟେସନ ଠାରେ ଶୁଭାରମ୍ଭ ହୋଇ ଯାତ୍ରା ଆରମ୍ଭ ହୋଇଥିଲା। ବସ୍ତା ବ୍ଲକ ଅର୍ନ୍ତଗତ ଥିବା ବିଭିନ୍ନ ଗ୍ରାମ ପଞ୍ଚାୟତରୁ ୨୪ଜଣ ବରିଷ୍ଠ ରାମଚନ୍ଦ୍ର ପ୍ରଧାନ, ଅଜୟ କୁମାର ପାଳ, ସୁରେନ୍ଦ୍ର ଶାସମଲ, ଚାରୁବାଳା ପାଳ, ସୁକାନ୍ତି ପ୍ରଧାନ, କାତ୍ୟାୟନୀ ଶାସମଲ, ନାଗରିକ ତୀର୍ଥଯାତ୍ରୀ ଭ୍ରମଣ କରି ଆଜି ଫେରିଥିବା ଜଣାପଡ଼ିଛି। ବିଦ୍ୟାଧର ସାହୁ, ଚମ୍ପାମଣି ସାହୁ, ଗୌରହରି ସାହୁ, କୃତିବାସ ପାତ୍ର, ସୁବାସିନି ପାତ୍ର, ଧିରେନ କୁମାର ସାମଲ, ବରେନ୍ଦ୍ର ପ୍ରଧାନ, ପିତାମ୍ବର ବେହେରା, ମନୋରମା ବେହେରା, ସମଭୁନାଥ ସାହୁ,ସରୋଜବାଳା ସାହୁ, ଦାମୋଦର ପାଳ, ଦୟାନିଧି ମଣ୍ଡଳ, ବିନତୀ ମଣ୍ଡଳ, ଗଦାଧର ପାତ୍ର, ନିଳମଣି ପାତ୍ର, ପଞ୍ଚାନନ ଜେନା ନାଗରିକମାନେ ତୀର୍ଥଯାତ୍ରା ଭ୍ରମଣ କରି ଆଜି ଫେରିଛନ୍ତି। ତୀର୍ଥଯାତ୍ରୀମାନେ ସମସ୍ତ ପ୍ରକାର କମଳ ଠାରୁ ଛତା ଇତ୍ୟାଦି ନିତ୍ୟବ୍ୟବହାର୍ଯ୍ୟ ଖାଇବା ପିଇବା ରହିବା ସୁବିଧା ପାଇଥିବାରୁ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି।
