*ନୂଆପଡା ଉପ ନିର୍ବାଚନ ଗଣତି ନେଇ ପ୍ରଶାସନ ପକ୍ଷ ରୁ ପ୍ରସ୍ତୁତି ଚୂଡାନ୍ତ ହୋଇଅଛି। ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡା ଉପ ନିର୍ବାଚନ ଗଣତି ନେଇ ପ୍ରଶାସନ ପକ୍ଷ ରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟ ରେ ପହଞ୍ଚି ଅଛି। ନୂଆପଡ଼ା ନେସନାଲ କଲେଜ୍ ପରିସର ମଧ୍ୟରେ ଉପନିର୍ବାଚନ ନେଇ ଷ୍ଟ୍ରଙ୍ଗ କୋଠରୀ ରହିଥିବା ବେଳେ ତ୍ରିସ୍ତରୀୟ ସୁରକ୍ଷା ବଳୟ ରେ ସମସ୍ତ ଉଭିଏମ ଭି ଭି ପେଡ ସୁରକ୍ଷିତ ରହିଅଛି।ନେସନାଲ କଲେଜ୍ ପରିସର ମଧ୍ୟରେ ଉପ ନିର୍ବାଚନ ଭୋଟ ଗଣତି କେନ୍ଦ୍ର ରହିଅଛି। ଏହି ଭୋଟ ଗଣତି କେନ୍ଦ୍ର ରେ ଗୋଟିଏ କେନ୍ଦ୍ର ଟେବୁଲ୍ ରହିଥିବା ବେଳେ ୧୪ ଗୋଟି ଟେବୁଲ ର ବ୍ୟବସ୍ଥା ହୋଇଅଛି। ପ୍ରତ୍ୟେକ ଟେବୁଲ୍ ରେ ଜଣେ ଲେଖାଏଁ ଗଣତି ସହକାରୀ ଅଧିକାରୀ, ଗଣତି ପର୍ଯ୍ୟବେକ୍ଷକ, ଗଣତି ମାଇକ୍ରୋ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ରହିବେ। ୩୫୮ ଗୋଟି ବୁଥ ଗଣତି ପାଇଁ ୨୬ ରାଉଣ୍ଡ ଗଣତି ହେବା ନେଇ ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ସକାଳ ୮ ଘଣ୍ଟା ରୁ ପୋଷ୍ଟାଲ୍ ବେଲଟ ଗଣତି ହେବ। ଅଧ ଘଣ୍ଟା ପରେ ଇବିଏମ୍ ଗଣତି ହେବ। ସମସ୍ତ ବ୍ୟବସ୍ଥା କୁ ସି ସି ଟିଭି କେମେରା ଦ୍ବାରା ତୀକ୍ଷଣ ନଜର ରହିଥିବା ବେଳେ ସୁରକ୍ଷା ବଳୟ ରେ ଗଣତି ହେବ ବୋଲି ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ମଧୁସୂଦନ ଦାସ ସୂଚନା ଦେଇଛନ୍ତି
ଜନସାଧାରଣ ଙ୍କ ପାଇଁ ମଧ୍ୟ ଗଣତି କେନ୍ଦ୍ର ସୂଚନ ଡାକବାଜି ଯନ୍ତ୍ର ସାହାଯ୍ୟରେ ସୂଚିତ କରାଯିବ।
