*ନୂଆପଡା ଉପ ନିର୍ବାଚନ ନେଇ ପ୍ରଚାର ସରଗରମ, ବିଜେଡି ନିର୍ବାଚନ ପ୍ରଚାର ଅନ୍ତିମ ପର୍ଯ୍ୟାୟ, ରାଜ୍ୟ ସ୍ତରୀୟ ନେତା ଙ୍କ ଉପସ୍ଥିତି ନିର୍ବାଚନ ମହୋଳ କୁ ଆହୁରି ରୋଚକ କରୁଅଛି*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଉପ ନିର୍ବାଚନ ନେଇ ପ୍ରଚାର ସରଗରମ, ବିଜେଡି ନିର୍ବାଚନ ପ୍ରଚାର ଅନ୍ତିମ ପର୍ଯ୍ୟାୟ ପହଞ୍ଚି ଅଛି। ରାଜ୍ୟ ସ୍ତରୀୟ ନେତା ଙ୍କ ଉପସ୍ଥିତି ନିର୍ବାଚନ ମହୋଳ କୁ ଆହୁରି ରୋଚକ କରୁଅଛି। ନୂଆପଡ଼ା ଉପ ନିର୍ବାଚନ ରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ତାଙ୍କ ନିର୍ବାଚନ ପ୍ରଚାର ଜୋର କରି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ଅଛି। ନୂଆପଡ଼ା ବିଧାନ ସଭା ର ୨ ଗୋଟି ବ୍ଲକ୍ , ୨ ଗୋଟି ବିଜ୍ଞାପିତ ଅଞ୍ଚଳ ପରିଷଦ, ୬୩ ଗୋଟି ଗ୍ରାମପଞ୍ଚାୟତ, ୪୦୦ ଗୋଟି ଗ୍ରାମ କୁ ନିର୍ବାଚନ ପ୍ରଚାର କରିଥିବା ତାଙ୍କ ଜିଲ୍ଲା ସଭାପତି ଅବନୀ ଯୋଷୀ ପ୍ରକାଶ କରିଛନ୍ତି। ଆସନ୍ତା କାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡ଼ା ଓ ଖରୀଆର ରୋଡ ଠାରେ ନିର୍ବାଚନ ସଭା କୁ ଉଦବୋଧନ ଦେବେ। କୋମନା ବ୍ଲକ ର ମାତ୍ର ଗୋଟିଏ ଗ୍ରାମ ଥିବା ବେଳେ ନିର୍ବାଚନ ପ୍ରଚାର ଶୀଘ୍ର ସରିବା ବୋଲି ଜିଲ୍ଲା ସଭାପତି ଯୋଷୀ ପ୍ରକାଶ କରିଛନ୍ତି।
