*ନୂଆପଡା ଉପ ନିର୍ବାଚନ ପଡ଼ୋଶୀ ରାଜ୍ୟ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ନିର୍ବାଚନ ପ୍ରଚାର ରେ ଯୋଗଦାନ, ଦଳୀୟ ପ୍ରାର୍ଥୀଙ୍କ ପାଇଁ କଲେ ନିର୍ବାଚନ ପ୍ରଚାର*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଉପ ନିର୍ବାଚନ ପାଖେଇ ଆସୁଥିବା ବେଳେ ନିର୍ବାଚନ ପ୍ରଚାର ସରଗରମ ରହିଅଛି। ଆଜି ନୂଆପଡ଼ା ନିର୍ବାଚନ ପ୍ରଚାର ରେ ପଡୋଶୀ ରାଜ୍ୟ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି। ନୂଆପଡ଼ା ଖୁଟମନଭେରା ଗ୍ରାମ ପଞ୍ଚାୟତ ର ପଞ୍ଚମପୁର ଗ୍ରାମ ଠାରେ ସ୍ବତନ୍ତ୍ର ହେଳିପେଡ ରେ ଅବତରଣ କରିଥିଲେ। ସେଠାରେ ଜନ ସଭା କୁ ଉଦବୋଧନ ଦେଇଛନ୍ତି। ଏହି ସଭାରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ସାଂସଦ ମାଳବିକା ଦେବୀ, ପୂର୍ବତନ ରାଜ୍ୟ ସଭାପତି ବସନ୍ତ କୁମାର ପଣ୍ଡା, ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆ ପ୍ରମୁଖ ଯୋଗ ଦେଇଥିଲେ।
