*ନୂଆପଡା ଉପ ନିର୍ବାଚନ ସରଗରମ ବ୍ୟାପକ ପ୍ରଚାର, ପ୍ରଚାର ମଇଦାନ ରେ ତୁଙ୍ଗ ରାଜ୍ୟ ନେତା, କଂଗ୍ରେସ ପକ୍ଷ ରୁ ନିର୍ବାଚନ ଇସ୍ତିହାର ଜାରୀ*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡ଼ା ଉପ ନିର୍ବାଚନ ସରଗରମ ବ୍ୟାପକ ପ୍ରଚାର, ପ୍ରଚାର ମଇଦାନ ରେ ତୁଙ୍ଗ ରାଜ୍ୟ ନେତା, କଂଗ୍ରେସ ପକ୍ଷ ରୁ ନିର୍ବାଚନ ଇସ୍ତିହାର ଜାରୀ। ଆଜି ନୂଆପଡ଼ା ଖୁଣ୍ଟିଆ ଭବନ ଠାରେ କଂଗ୍ରେସ ପକ୍ଷ ରୁ ନିର୍ବାହ ଇସ୍ତାହାର ଜାରି କରିଛନ୍ତି। ଚଳିତ ଉପ ନିର୍ବାଚନ ରେ ଦଳ ପକ୍ଷ ରୁ ଦଳୀୟ ପ୍ରାର୍ଥୀ ବିଜୟ ପରେ ଏହି ନିର୍ବାଚନୀ ଇସ୍ତାହାର ଅନୁଯାୟୀ କାର୍ଯ୍ୟ ହେବ ବୋଲି ପରକାଶ କରିଛନ୍ତି। ନିର୍ବାଚନ ଉନ୍ମୋଚନ ଇସ୍ତାହାର ରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଅଧ୍ୟକ୍ଷତା କରିଥିବା ବେଳେ କୋରାପୁଟ ସାଂସଦ ଅପ୍ତଗିରି ଉଳକା, ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ଶ୍ରୀକାନ୍ତ ଜେନା, ଜଗନ୍ନାଥ ପଟ୍ଟନାୟକ,ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା ସହ ବହୁ ନେତା ଯୋଗ ଦେଇଥିଲେ।ବିକାଶ ମୂଳକ କାର୍ଯ୍ୟ ଶିକ୍ଷା, ସ୍ବାସ୍ଥ୍ୟ, ଜଳ ସେଚନ, ପାଞ୍ଚ ନ୍ୟାୟ ସହ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ଉଲ୍ଲେଖ ରହିଅଛି
