ଜରାଜୀର୍ଣ୍ଣ ଅବସ୍ଥାରେ ଅଙ୍ଗନବାଡ଼ି କେନ୍ଦ୍ର ରଙ୍ଗ ଲଗାଇ ଅର୍ଥ ଆତ୍ମସାତ୍ ମସୁଧାକୁ ଗ୍ରାମବାସୀଙ୍କ ବିରୋଧ।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଳକ କୁମୁସି ପଞ୍ଚାୟତ ଅଁଳାକଟା ଗ୍ରାମ ଅଙ୍ଗନବାଡି କେନ୍ଦ୍ରଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଲଗାଣ ବର୍ଷା ହେବ ହବା ମାତ୍ରେ ଅଙ୍ଗନବାଡି କେନ୍ଦ୍ର କକ୍ଷ ଛାତରୁ ପାଣି ଝରିବା ସହିତ ଝରକା,କାନ୍ଥ ଛାତରୁ ଅର୍ଦ୍ଧ୍ ଭଗ୍ନ ଅବସ୍ଥାରେ ରହିଛି। ପାଣି ଝରିଲେ ଲେ କୋମଳମତି ପିଲାମାନେ କକ୍ଷରେ ବାରଣ୍ଡାରେ ପାଠପଢୁ ଥିବା ଦେଖିବାକୁ ମିଳିଛି । ଉଚ୍ଚ କେନ୍ଦ୍ରଟି ୧୯୯୩ ମସିହାରେ ମସିହାରେ ନିର୍ମାଣ ହୋଇଥିଲା। ଇତିମଧ୍ୟରେ ୩୨ ବର୍ଷ
ପୁରୁଣା କେନ୍ଦ୍ରକୁ ରଙ୍ଗ, ଚୂନ ଲଗାଇ ପୁନରୁଦ୍ଧାର ନାମରେ ସରକାରୀ ଅର୍ଥ ଆତ୍ମସାତ କରିବା ପାଇଁ କିଛି ସରକାରୀ କର୍ମଚାରୀକୁ ହାତବାରିସୀ ସଜାଇ ସ୍ଥାନୀୟ ଠିକାଦାରମାନେ ଯୋଜନା କରୁଥିବା ଜଣାପଡ଼ିଛି। ଉକ୍ତ ଅଙ୍ଗନବାଡି କେନ୍ଦ୍ର କକ୍ଷକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବନ୍ଦ ରଖାଯିବା ସହିତ ନୂତନ ଗୃହ ନିର୍ମାଣ କରାଯାଉ ରାଯାଉ ବୋଲି ଜିଲାପାଳ, ରାଜ୍ୟ ସରକାରଙ୍କ ଶିଶୁ ବିକାଶ କଲ୍ୟାଣ ବିଭାଗ, ପରଜଙ୍ଗ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଭାବେ ଗ୍ରାମବାସୀ ଅଭିଯୋଗ କହିଛନ୍ତି। ଏଥି ପ୍ରତି ଜିଲାପାଳ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଜନସାଧାରଣ ଦାବି କରିଛନ୍ତି।
କାମାକ୍ଷାନଗର ରୁ ସତ୍ୟବାଦୀ ସେଠୀ ଙ୍କ ସହ ଢେଙ୍କାନାଳ ରୁ ଗୋକୁଳାନନ୍ଦ ବେହେରା ଙ୍କ ରିପୋର୍ଟ।
