ସ୍ମାର୍ଟ ମିଟର ପ୍ରଚଳନକୁ ଆପ୍ର ବିରୋଧ
ଢେଙ୍କାନାଳ,- ଟାଟା ପାୱାରର ସ୍ମାର୍ଟ ମିଟର ପ୍ରଚଳନକୁ ସ୍ଥାନୀୟ ଆମ ଆଦମୀ ପାର୍ଟି ପକ୍ଷରୁ ବିରୋଧ କରାଯାଇଛି । ଏ ନେଇ ନଗର ସଭାପତି ଦେବାଶିଷ ନନ୍ଦଙ୍କ ନେତୃତ୍ବରେ ଏକ ବୈଠକ ହୋଇଥିଲା । ଟାଟା ପାୱାରର ଶୋଷଣ ଅଗ୍ର ହେଉଛି ସ୍ମାର୍ଟ ମିଟର ଲୋକଙ୍କୁ ମିଛ କଥା କହି, କ୍ରମିତ କରି ଗାଁଠୁ ସହର ପର୍ଯ୍ୟନ୍ତ ହୋଇ ଦରଦସ୍ତ ଜିଲ୍ଲାରେ ସ୍ମାର୍ଟ ମିଟର ପ୍ରଚଳନ ପାଇଁ ପ୍ରୟାସ କରାଯାଇ ବୈଠଳରେ ମତ ପ୍ରକାଶ ପାଇଥିଲା। ମୁଖ୍ୟଅତିଭାବେ ପୂର୍ବତନ କାଇନସିଲର ଗୋପାଳ ସାହୁ ଏବଂ ରାଜ୍ୟ ସମ୍ପାଦକ ଭରତ କୁମାର ଦାସ ଯୋଗଦେଇ କହିଲେ, ଯେତେବେଳେ ଟାଟା ପାୱାର ବିଦ୍ୟୁତ ବିଭାଗକୁ ନିଜ ଆପଣକୁ ନେଲା, ବିଭିନ୍ନ ଯୋଜନା କରି ଶାସକ ଦଳକୁ ମୋଟା ଅଙ୍କର ଚାନ୍ଦା ଦେଇଥିବା ସୂଚନା ରହିଛି। ଏବେ କିନ୍ତୁପ୍ରତ୍ୟେକ ଦିନ ଘଣ୍ଟା ଘଣ୍ଟା ଧରି ପାୱାର କଟ ଜନସାଧାରଣଙ୍କୁ ଅତିଷ୍ଠ କରିଦେଲାଣି ଲୋ-ଭୋଲଟେଜ ସମସ୍ୟା ମଧ୍ୟ ଲାଗି ରହିଛି । ସଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାସନ କହିଲେ ସେ ଅନେକ ସ୍ଥାନରେ ଦିନବେଳା ଷ୍ଟ୍ରିଟଲାଇଟ ଜଳୁଥିବା ବେଳେ ଗରିବ ଲୋକଟି ମାସେ ଦି’ ମାସେ ବିଜୁଳି ବିଲ୍ ଦେଇ ନ ପାରିଲେ ତା’ର ସଂଯୋଗ କାଟି ଦିଆଯାଉଛି! କେଉଁଠି ଉପଭୋକ୍ତାଅନୁସାରେ ଟ୍ରାନ୍ସଫର୍ମର ନ ଦାରୁ ବାରମ୍ବାର ଫୁଳ କଟିବା, ଘରେ ପୂଜା ବିଦ୍ୟୁତ ଉପକରଣ ସରାପ ହେଳା ସହ ଲୋଳେ ଲୋ-ଭୋଲଟେଜ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସ୍ମାର୍ଟ ମିଟର ଲାଗିବା ପରେ ବିଜୁଳି ବିଲ୍ ପ୍ରାୟ ଦୁଇଗୁଣ ଆସୁଛି! ଅଭିଯୋଗ କଲେ କେହି ଶୁଣୁନାହାନ୍ତି ବୋଲି ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡା କହିଥିଲେ । ଅତୀତରେ ଆମ ଆଦମୀ ପାର୍ଟି
ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପଥପ୍ରାନ୍ତ ସଭା କରି ପ୍ରତିବାଦ କରିଥିଲା । ବର୍ତ୍ତମାନ ଟାଟା ପାୱାରଲ ଶୋଷଣ ବିରୋଧରେ ଜିଲ୍ଲା ଓକିଲ ସଙ୍ଘ ସହ ଅନେକ ସଂଗଠନ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ବୋଲି ସେ କହିଥିଲେ I ବୈଠକରେ ଜିଲ୍ଲା ସମ୍ପାଦକ ଅନିଲ ସାମଲ, ଜିଲ୍ଲା ଯୁବ ସଭାପତି ସ୍ବାଗତ ସିଂହ, ନଗର ସମ୍ପାଦକ ଜିତେନ୍ଦ୍ରୀୟ ପଣ୍ଡା, ଉପଦେଷ୍ଟା ବିତ୍ତରଞ୍ଜନ ପାଣି,
ସଦସ୍ୟ ପ୍ରମୋଟ ଛୋଟରାୟ, ପୂର୍ବତନ ପଞ୍ଚାୟତ ସମିତି ସଭ୍ୟ ଭରତ ସେନାପତି, ସୋମନାଥ ଦାସ ମହିଳା ନେତ୍ରୀ ନିଶାମଣି ସାମନ୍ତରାୟ, ଛବି ରାଇତ, ସୁକାନ୍ତି ରାଉତ, ଅନ୍ତର୍ଯ୍ୟମୀ ସାହୁ, ପୀତାମୂଳ ସାମନ୍ତରାୟ,
ଆନ୍ଦୋଳନ ଗୋଲା ତା ଚେତାବନୀତି ସୀତାମ୍ବର
, ଦୀପକ ମହାପାତ୍ର, ଲକ୍ଷ୍ମୀଧର ବେହେରା ପ୍ରମୁଖ ଯୋଗଦେଇ ଟାଟା ପାୱାର ନିରୋଧରେ ମତ ପ୍ରକାଶ କରିଥିଲେ। ନଭେମ୍ବର ୨୬ରେ ଟାଟା ପାୱାରର ଶୋଷଣ ନୀତି ବିରୋଧରେ ଆନ୍ଦୋଳନ ପାଇଁ ବିଭିନ୍ନ ଅଞ୍ଚଳ ବୁଲି ସଚେତନ କରିବାକୁ ନିଷ୍ପରି ନିଆଯାଇଛି। ଶେଷରେ ଚିନ୍ମୟ ସେନାପତି ଧନ୍ୟବାଦ ଦେଇଥିଲେ
