ଜାଲି ଚେକ୍ ଦେଇ ବନ୍ଧା ହେଲେ ଯୁବକ, ବସ୍ତା ପୋଲିସର ବଡ଼ ସଫଳତା
ବସ୍ତା…
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ବଡ଼ବୁଦା ଅଞ୍ଚଳର ନକୁଳ ମୁଦୁଲି। ବସ୍ତା ଓ କୁଜଙ୍ଗ ପୋଲିସର ମିଳିତ ଭାବରେ ନକୁଳ କୁ ବଡ଼ବୁଦା ଗ୍ରାମରୁ ଗିରଫ କରିଛି। ପ୍ରକାଶ ଥାଉକି ସେଭ୍ ସୀ ଫୁଡ୍, ହଳଦିପଡା ନାମକ ସଂସ୍ଥା ୧୯୯୮ ମସିହା ଠାରୁ ଚିଙ୍ଗୁଡ଼ି ଦାନ ଓ ଔଷଧ ବିକ୍ରି କରି ଆସୁଅଛି, ଯାହାର ମାଲିକାଣୀ ଶ୍ରୀମତୀ ସୋଭାରାଣି ସାହୁ। ୨୦୧୭ ମସିହାରେ ଜଗତସିଂପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳର ଜୀତ ଟ୍ରେଡରସ ନାମକ ସଂସ୍ଥା ଯାହାର ମାଲିକ ନକୁଳ ମୁଦୁଲି ସହ ବ୍ୟବସାୟ କରି ଆସୁଥିଲେ। ସବୁ ଠିକ୍ ଠାକ୍ ଥିବା ବେଳେ କରୋନା ସମୟରେ ବ୍ୟବସାୟରେ ଅଧିକ କ୍ଷତି ଦର୍ଶାଇ ବକେୟା ଟଙ୍କା ପରିଶୋଧ ନ କରି ତାଙ୍କୁ ବାକିରେ ଦାନା ଓ ଔଷଧ ଦେବା ପାଇଁ ନେହୁରା ହେଲେ ଏବଂ ବର୍ଷ ଶେଷ ସୁଦ୍ଧା ସମସ୍ତ ବକେୟା ଟଙ୍କା ପରିଶୋଧ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ୨୦୨୩ ମସିହା ଶେଷ ସୁଦ୍ଧା ଅର୍ଥାତ୍ ତା ୩୧/୧୨/୨୦୨୩ ରିଖ ୧,୨୭,୬୦,୭୩୧ ବକେୟା ଟଙ୍କା ପରିଶୋଧ କରିବା ପାଇଁ ସେଭ୍ ସୀ ଫୁଡ୍, ହଳଦିପଡା ଅଫିସ ତରଫରୁ କୁହାଯାଇଥିଲା। କିନ୍ତୁ ଶ୍ରୀ ମୁଦୁଲି ଏତେ ଅର୍ଥ ଦେଇପାରିବେ ନାହିଁ କହି ଏ ବାବଦକୁ ୫୦,୦୦,୦୦୦ ଟଙ୍କାର ଏକ ଚେକ୍ ଦେଇଥିଲେ। ପରବର୍ତ୍ତୀ ସମୟରେ ୩୬,୭୮,୦୦୦ ଟଙ୍କା ୩ଟି କିସ୍ତିରେ ଦେଇଥିବା ବେଳେ ଆଉ ତାଙ୍କର ଦେଖା ସାକ୍ଷାତ୍ ନୋ ଥିଲା। ଅଫିସ ରୁ ଯୋଗାଯୋଗ କରିବାରୁ ମାଲିକ ଓ ଅଫିସ ଷ୍ଟାଫ୍ ଉପରେ ମାଲି ମକର୍ଦ୍ଦମା କରି ହଇରାଣ କରିବା ସହ ଧମକ ଦେଇଛି। ତେଣୁ ତା ୦୧/୦୯/୨୦୨୫ ରିଖ ଚେକ୍ ଟିକୁ ସେଭ୍ ସୀ ଫୁଡ୍ ଆକାଉଣ୍ଟ ରେ ଜମା କରିଥିଲୁ। ମାତ୍ର ଉକ୍ତ ବ୍ୟାଙ୍କ ଚେକ୍ ଟିକୁ ଅବୈଧ ଦର୍ଶାଇଥିଲେ, ଶ୍ରୀ ମୁଦୁଲି ସହ ସେଭ୍ ସୀ ଫୁଡ୍ ଅଫିସ ରୁ ଯୋଗାଯୋଗ କରିବାରୁ ମୁଦୁଲି କୌଣସି ଉତ୍ତର ଦେଇ ନ ଥିଲେ। ଶେଷରେ ସୋଭାରାନି ସାହୁ ତା ୦୪/୦୯/୨୦୨୫ ରେ ବସ୍ତା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗକୁ ଆଧାର କରି ବସ୍ତା ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଆଜି ବସ୍ତା ପୋଲିସ ଓ କୁଜଙ୍ଗ ପୋଲିସର ମିଳିତ ଭାବରେ ନକୁଳ ଙ୍କ ତାଙ୍କ ଘରୁ ଗିରଫ କରିଛି।
ବାଲେଶ୍ୱର ଜିଲ୍ଲା ବସ୍ତାରୁ ସେଖ ଆଜାରୁଦ୍ଦିନ ଙ୍କ ରିପୋର୍ଟ
