ମୁମ୍ବାଇ:: ମହିଳା ବିଶ୍ୱକପ ରେ ଭାରତ କ୍ରମାଗତ ତାର ବିଜୟ ଧ୍ୱଜା ଉଡ଼ାଇ ଚାଳିଛି। ନବି ମୁମ୍ବାଇ ରେ ଅନୁଷ୍ଠିତ ଦ୍ଵିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ କୁ ୫ ୱିକେଟ୍ ରେ ପରାସ୍ତ କରି ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି। ଅଷ୍ଟ୍ରେଲିଆ ମହିଳା ପ୍ରଥମେ ଟସ୍ ଜିତି ନିର୍ଧାରିତ ଉଭୟ କୁ ପିଛା କରି ୪୯.୫ ଟି ବଲ୍ ରେ ସମସ୍ତ ୱିକେଟ ହରାଇ ବିଶାଳ ୩୩୮ ରନ୍ କରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଲିଚଫାଇଲ୍ଡ ୧୨୯, ପେରି ୭୭ ରନ୍ କରିଥିବା ବେଳେ ,ଗାର୍ଡନାର ୬୩ ରନ୍ ସହଯୋଗ ରେ ଏହି ବିଶାଳ ରନ୍ କରିଥିଲେ। ଭାରତ ପକ୍ଷରୁ ଏନ୍ ଚରଣି ଏବଂ ଡି ଶର୍ମା ଦୁଇଟି ଲେଖାଏଁ ୱିକେଟ ନେଇଥିବା ବେଳେ କେ ଗୈଡ ,ଏ କୈର,ଆର ଯାଦବ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ୩୩୮ ରନ୍ କୁ ପିଛା କରି ଭାରତ ୫୯ ରନ୍ ରେ ଦୁଇଟି ୱିକେଟ୍ ହରାଇ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲେ। ପରେ ଜେମିମା ରାଡିଗୋସ ଧୈର୍ଯ୍ୟ ପୂର୍ଣ୍ଣ ୧୩୪ ବଲ୍ ର ୧୨୭ ଏବଂ ହରମନପ୍ରୀତ କୈର ଙ୍କ ୮୯ ରନ୍ ବ୍ଲକରେ ଭାରତ ଏହି ସଫଳତା ପାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସେଫାଳି ବର୍ମା ୧୦ , ଷ୍ମୂତି ମାନ୍ଧନା ୨୪, ଆର ଘୋଷ ୨୬, ଡି ଶର୍ମା ୨୪ ବଳରେ ଭାରତ ଏହି ବିଜୟ ହାସଲ କରିଥିଲା। ଜେମିମା ଏହି ମ୍ୟାଚ ର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିଲେ।
