ବଡ଼ସାହି
‘ ହୋ ‘ସମାଜ ୟୁଥ୍ କ୍ଳବ୍, ରତନପୁର ଆନୁକୁଲ୍ୟରେ ୫ମ ତମ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପନ ହୋଇଅଛି।
ଏଥିରେ ୮ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ୍ଟି ନଟରାଜ ଏଫ ସି ବନାମ ଶ୍ରୀରାମପୁର କ୍ଲବ୍ ମଧ୍ୟରେ ହୋଇଥିଲା। ଖେଳର ପରିସମାପ୍ତି ସୁଦ୍ଧା କେହି କାହାରିକୁ ଗୋଲ୍ ନଦେଇ ପାରିଥିବାରୁ ପେନାଲ୍ଟି ସୋଟ୍ରେ ୩-୨ ବ୍ୟବଧାନରେ ନଟରାଜ ବିଜେତା ହୋଇଅଛି। ଉଦ୍ଘାଟନୀ ଉତ୍ସବରେ ଅଞ୍ଚଳର ସାମ୍ବାଦିକ ତଥା ସମାଜସେବୀ ଇଂ ତାପସ କୁମାର ନାୟକ ଏବଂ ପୂର୍ବତନ ସରପଞ୍ଚ ତଥା ଆଇନଜୀବି ପ୍ରତାପ ଚନ୍ଦ୍ର ଗାୟା ଫିତା କାଟି ଶୁଭାରମ୍ଭ କରିଥିବା ବେଳେ ଉଦଯାପନ ପୁରସ୍କାର ବିତରଣୀରେ ଅଞ୍ଚଳର ବର୍ଷୀୟାନ ରାଜନୀତିଜ୍ଞ ତଥା ବୁଦ୍ଧିଯିବୀ ସୁଶାନ୍ତ ପଣ୍ଡା ଏବଂ ସତ୍ୟବ୍ରତ ମିଶ୍ର ଟ୍ରଫି ବିତରଣ କରିଥିଲେ। ମଞ୍ଚ ପରିଚାଳନାରେ ଶିକ୍ଷକ ସନ୍ତୋଷ ମୁଖି ଉପସ୍ଥାପନ କରିଥିବା ବେଳେ ବାପି ସିଂ, ପ୍ରଦୀପ ପଣ୍ଡା, , କାର୍ତ୍ତିକ ମାଟିଆ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ରେଫେରି ଦିଲ୍ଲୀପ ବାବୁ , ଗଜିୟା ବାବୁ ଖେଳ ପରିଚାଳନା କରିଥିବା ବେଳେ କ୍ଲବର ମେମ୍ବର୍ ଉପେନ୍ଦ୍ର, ମୁନା, ପରେଶ୍, ଭବେଶ, ମଧୁ, ରଇତ ତଥା ସମସ୍ତ ସଦସ୍ୟ ପୂର୍ଣ୍ଣ ସୋହଯୋଗ କରିଥିଲେ
