ବିରାଟ କାୟ ତେନ୍ତୁଳି ଗଛ ପଡ଼ି ଭାଙ୍ଗିଲା ତିନୋଟି ଘର।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମ ପଞ୍ଚାୟତ ର
ବଡ଼ତପଙ୍ଗ ଗ୍ରାମରେ ବିରାଟ କାୟ ତେନ୍ତୁଳି ଗଛ ପଡ଼ି ତିନୋଟି ଘର ଭାଙ୍ଗି ଯାଇ ଥିବା ସୁଚନା ମିଳିଛି।
ବାତ୍ୟା ମୋନ୍ଥା ର ପ୍ରଭାବରେ ଗତ କାଲି ଠାରୁ ତୁହା କୁ ତୁହା ବର୍ଷା ସହିତ ପବନ ଲାଗି ରହିଛି। ଯାହା ଫଳରେ ବଡ଼ତପଙ୍ଗ ଗ୍ରାମରେ ଥିବା ବିରାଟ କାୟ ତେନ୍ତୁଳି ଗଛ ମୂଳରୁ ଉପୁଡ଼ି ପଡ଼ି ନିକଟରେ ଥିବା ତିନୋଟି ଘର ଉପରେ ପଡ଼ିଥିବା ଫଳରେ ଘର ଗୁଡ଼ିକ ଭାଙ୍ଗି ଯାଇ ଥିବା
ସୁଚନା ମିଳିଛି ।ଖବର ପାଇ ରାୟଗଡ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଞ୍ଚି ଗଛକୁ କାଟି ସାଫା କରିଥିବା ଜଣା ପଡ଼ିଛି। ଏହି ଦୁର୍ଘଟଣା ରେ କାହାର କିଛି ଧନ ଜୀବନ ନଷ୍ଟ ହୋଇ ନ ଥିବା ସୂଚନା ମିଳିଛି
