
ବେତନଟୀ , ((( ରତନ ଲାଲ ))ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ ଅନ୍ତର୍ଗତ ବୈଶିଙ୍ଗା ମହାତ୍ମାଗାନ୍ଧୀ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟରେ ବରିଷ୍ଠ ଇଂରାଜୀ ବିଭାଗର ପ୍ରାଧ୍ୟାପକ ବୀରେନ୍ଦ୍ର କୁମାର ବେହେରା ଆନୁଷ୍ଠାନିକ ଭାବେ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ଏକ ସମ୍ବର୍ଦ୍ଧନା ଉତ୍ସବ ବରିଷ୍ଠ ଅଧ୍ୟାପିକା ମିନାକ୍ଷୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରକାଶ ଥାଉକି ପୂର୍ବତନ ଅଧ୍ୟକ୍ଷ ଡ଼ଃ ପର୍ଶୁରାମ ଦାସଙ୍କ ଶାରୀରିକ ଅସୁସ୍ଥତା ଯୋଗୁଁ ମହାତ୍ମାଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଭାପତି ଉପଜିଲ୍ଲାପାଳ ଡ଼ଃ ଦୟାସିନ୍ଧୁ ପରିଡ଼ାଙ୍କ ସମ୍ମତି କ୍ରମେ ଏବଂ ଉଚ୍ଚ ମାଧ୍ୟ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନେର୍ଦେଶକଙ୍କ ଅନୁମୋଦନ କ୍ରମେ ଶ୍ରୀଯୁକ୍ତ ବେହେରା ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଆଜିର ଏହି ସମ୍ବର୍ଦ୍ଧନା ଉତ୍ସବରେ ଅନୁଷ୍ଠାନର ବରିଷ୍ଠ ପ୍ରାଧ୍ୟାପକ, ଅଧ୍ୟାପକ, ଅଧ୍ୟାପିକା, ଛାତ୍ରୀ ଛାତ୍ର , ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ । ନୂତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ବେହେରା ତାଙ୍କ ଅଭିଭାଷଣରେ ଅନୁଷ୍ଠାନର ସର୍ବାଙ୍ଗୀନ ଉନ୍ନତି ସହିତ ଛାତ୍ରୀ ଛାତ୍ର , ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀ ମାନଙ୍କର ଲୁକକାୟିତ ପ୍ରତିଭାକୁ ଉପଯୋଗ କରି ସମସ୍ତଙ୍କ ସହଯୋଗରେ ଅନୁଷ୍ଠାନର ଦ୍ରୁତ ପ୍ରଗତି ଉପଲକ୍ଷେ କାର୍ଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଥିଲେ।