
ଉଦଳା…((/ମୁନା ସିଂ ) ମାର୍ଚ୍ଚ ୧ ରେ ଉଦଳା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତେବେ ସରକାର ଗଠନ ହେବା ଦିନଠୁ ମୁଖ୍ୟମନ୍ତ୍ରୀ ଙ୍କ ର ଏହା ହେଉଛି ପ୍ରଥମ ଉଦଳା ଗସ୍ତ l ସେଥିପାଇଁ ସାରା ଅଞ୍ଚଳ ଏବେ ଚଳ ଚଞ୍ଚଳ l ସକାଳ ସମୟରେ ଉଦଳା ଠାରେ ହେଲିକ୍ୟାପ୍ଟରରେ ପହଞ୍ଚି ପାଟପୁର ଠାରେ ଆୟୋଜିତ ହେବାକୁ ଥିବା ସାଧାରଣ ସଭାରେ ଯୋଗ ଦେବେ। ଏହି କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ପ୍ରଶାସନ ସମେତ ଜିଲ୍ଲା ପ୍ରଶାସନ ମଧ୍ୟ ସଜାଗ। ଯାହାକୁ ନେଇ ସଭାସ୍ଥଳୀ ବୁଲି ଦେଖିବା ସହିତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୟୁରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସାଏ। ଏହା ସହିତ ଉଦଳା ବିଧାୟକ ଭାସ୍କର ମଢେଇ, ଜିଲ୍ଲା ସଭାପତି ନିହାର ମୋଦୀ ପ୍ରମୁଖଙ୍କ ସମେତ ବିଜେପିର ଦଳୀୟ ନେତା ଏବଂ କର୍ମୀମାନେ ଉପସ୍ଥିତ ରହିଛନ୍ତି। ଉକ୍ତ ଦିନ ସଭାରେ ମୁଖ୍ୟମନ୍ତ୍ରୀ ଉଦଳା ଅଞ୍ଚଳର ଉନ୍ନୟନ ପାଇଁ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ଅନୁଦାନ ମଧ୍ୟ ଘୋଷଣା କରିବେ, ଯାହାକି ଉଦଳାବାସୀଙ୍କ ଉନ୍ନୟନ ପାଇଁ ବେଶ ସହାୟକ ହେବ ବୋଲି କହିଛନ୍ତି ଉଦଳା ବିଧାୟକ। ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ରାସ୍ତାଘାଟ ସଜାଇ ହେବା ସହିତ ବ୍ୟାନର ମଧ୍ୟ ଛାଇ ଯାଇଛି।