କୀର୍ତ୍ତନପୁର ଭଗାମୁଣ୍ଡା ଜଂଗଲରେ ବାଘର ପାଦଚିହ୍ନ ଠାବ ।
-ତଦନ୍ତ କରୁଛି ବନ ବିଭାଗ ।
କଙ୍କଡ଼ାହାଡ଼:ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ କୀର୍ତ୍ତନପୁର ଭଗାମୁଣ୍ଡା ସାହିର କୁଳସନ୍ଧା ଭଣ୍ଡାରିଆ ପାହାଡରେ ବାଘର ପାଦଚିହ୍ନ ଚିହ୍ନଟ ହୋଇଛି ।କଙ୍କଡାହାଡ଼ ବ୍ଲକ ବାମ ପଞ୍ଚାୟତ ଅନ୍ତର୍ଗତ କୀର୍ତ୍ତନପୁର ଗ୍ରାମ ଭଗାମୁଣ୍ଡା ସାହିର କୁଳସନ୍ଧା ଭଣ୍ଡାରିଆ ପାହାଡରେ ବାଘର ପାଦ ଚିହ୍ନ ଠାବ ହୋଇଥିବା ଜଣା ପଡ଼ିଛି ।କଙ୍କଡାହାଡ଼ ବ୍ଲକ ସଦର ମହକୁମା ଠାରୁ ପ୍ରାୟ ୯ ଦୂରରେ ଅବସ୍ଥିତ ।ଗ୍ରାମବାସୀଙ୍କ ଠାରୁ ଖବର ପାଇ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଧିକାରୀ କୈଳାସ ଚନ୍ଦ୍ର ସାହୁ ଖବର ପାଇ ଘଟଣା ସ୍ଥଳରେ ପହଁଚି ପାଦ ଚିହ୍ନ ମାପଚୁପ କରିଛନ୍ତି ।ଏହି ବ୍ଲକର ମହାବିରୋଡ଼ ରେଞ୍ଜ ଅନ୍ତର୍ଗତ କୁଟୁରିଆ ପଞ୍ଚାୟତ ମଦରଙ୍ଗାମୁଣ୍ଡା ଜଂଗଲରେ କିଛି ଦିନ ତଳେ ବାଘ ପାଦଚିହ୍ନ ଠାବ ହୋଇଥିଲା ।କାମାକ୍ଷାନଗର ଉପଖଣ୍ଡ ଅନ୍ତର୍ଗତ ମହାବିରୋଡ଼ ରେଞ୍ଜ,କାମାକ୍ଷାନଗର ପୁର୍ବାଞ୍ଚଳ, କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଞ୍ଚଳ କଙ୍କଡାହାଡ଼ ବ୍ଲକରେ ଯାଉଥିଲା ବେଳେ ବିଭିନ୍ନ ସ୍ଥାନରେ ବାଘ ପାଦଚିହ୍ନ ଦେଖି ଜଂଗଲ ନିକଟବର୍ତ୍ତୀ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ।ବାଘ ଆକ୍ରମଣ ରେ ଗାଈ, ଷଣ୍ଢ ମୃତ୍ୟ ହୋଇଥିବା ନଜିର ରହିଛି।ଜନ ସାଧାରଣଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ଅଧିକ ପାଟ୍ରୋଲିଂ କରାଯିବା ପାଇଁ ଦାବି ହେଉଛି । ଢେଙ୍କାନାଳ ଜିଲ୍ଲା ରୁ ଗୋକୁଳାନନ୍ଦ ବେହେରା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
