*ନୂଆପଡା ଜିଲ୍ଲା ସଦଭାବନା ସଭା ଗୃହ ରେ ଆଜି ମାଇକ୍ରୋ ପର୍ଯ୍ୟବେକ୍ଷଣଙ୍କ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଅଛି*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ସଦଭାବନା ସଭା ଗୃହ ରେ ଆଜି ମାଇକ୍ରୋ ପର୍ଯ୍ୟବେକ୍ଷଣ ଙ୍କ ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଅଛି। ଏହି ବୈଠକ ରେ ନିର୍ବାଚନ କୁ ପୂର୍ଣ୍ଣ ମାତ୍ରାରେ ନିର୍ଭୁଲ ଏବଂ ଅବାଧ କରିବା ପାଇଁ ସମସ୍ତ ପ୍ରସ୍ତୁତି କରିଥିବା ବେଳେ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ସମୟ କ୍ରମରେ ତାଲିମ ପ୍ରଦାନ କରୁଛନ୍ତି। ସେହି କ୍ରମ ରେ ଆଜି ମାଇକ୍ରୋ ପର୍ଯ୍ୟବେକ୍ଷଣ ଙ୍କ ତାଲିମ ପ୍ରଦାନ କରିଛନ୍ତି। ବିଶେଷ ରୂପେ ନିର୍ବାଚନ ରେ ବ୍ୟବହୃତ ହେଉଥିବା ଅତ୍ୟାଧୁନିକ ଯନ୍ତ୍ରପାତି ର ବ୍ୟବହାର ଏବଂ ତାର ତୁରନ୍ତ ମରାମତି ସହ ନୂତନ ଯନ୍ତ୍ରପାତି ପ୍ରଦାନ ପାଇଁ ତାଲିମ ଦେଇଥିଲେ। ଇଭିଏମ୍, ଭିଭିପେଡ ସଠିକ୍ ପରିଚାଳନା ଏବଂ ଆବଶ୍ୟକ କାଗଜତା ପୁରାଣ କରି ରଖିବାକୁ ତାଲିମ ଦେଇଥିଲେ। ସେକ୍ଟର ଅଧିକାରୀ ମାନେ ତାଲିମ ନେଇଥିବା ବେଳେ ମକ୍ ପୋଲ ଦ୍ବାରା କୌଣସି ଯାନ୍ତ୍ରିକ ଅବହେଳା ନ ହେବା ପାଇଁ ତାଲିମ ନେଇଛନ୍ତି। ଏହି ତାଲିମ ଶିବିର ରେ ଜିଲ୍ଲାପାଳ ମଧୁସୂଦନ ଦାସ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ରଇତ, ପ୍ରଫୁଲ୍ଲ କୁଜୁର ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ସମେତ ସମସ୍ତ ସେକ୍ଟର ଅଧିକାରୀ ମାନେ ଯୋଗ ଦେଇଥିଲେ।
