*ନୂଆପଡା ଉପ ନିର୍ବାଚନ, ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଆରମ୍ଭ ହେଲା ବିଜେପି ର ପଦଯାତ୍ରା ଭୋଟ ଭିକ୍ଷା ଅଭିଯାନ।, ବରିଷ୍ଠ ବିଜେପି ନେତା ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦାନ, ଦଳୀୟ ପ୍ରାର୍ଥୀ ବିପୁଳ ଭୋଟ ରେ ବିଜୟୀ ଆଶା*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଉପ ନିର୍ବାଚନ ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଆରମ୍ଭ ହେଲା ବିଜେପି ର ପଦଯାତ୍ରା ଭୋଟ ଭିକ୍ଷା ଅଭିଯାନ। ଘର କୁ ଘର ବୁଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ ବୋଲି ପ୍ରକାଶ କରିଛନ୍ତି। ବରିଷ୍ଠ ବିଜେପି ନେତା ତଥା ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦାନ କରି ଭୋଟ ଭିକ୍ଷା ଅଭିଯାନ ଆରମ୍ଭ କରିଛନ୍ତି। ନୂଆପଡ଼ା ଏନ୍ ଏ ସି ବର୍ତ୍ତମାନ ଡବଲ ଇଞ୍ଜିନ ସରକାରଙ୍କ ସମସ୍ତେ ୱାର୍ଡ ରେ ଡବଲ ବିକାଶ ଦେଖିବା ବୋଲି ମହାଳିଙ୍ଗ ପ୍ରକାଶ କରିଛନ୍ତି। ଦଳୀୟ ପ୍ରାର୍ଥୀ ବିପୁଳ ଭୋଟ ରେ ବିଜୟୀ ଆଶା ଥିବା ପ୍ରକାଶ କରିଛନ୍ତି। ମହିଳା ଏବଂ ପୁରୁଷ ମାନେ ମିଳିତ ରୂପେ ପଦଯାତ୍ରା ରେ ସାମିଲ ହୋଇଥିଲେ।
