

ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ତଥା ବଡ଼ସାହି ବ୍ଲକ ଅର୍ନ୍ତଗତ ମାଣତ୍ରୀ ଠାରେ ଥିବା ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା କଖାରୁଆ ବୈଦ୍ୟନାଥ ମହାଦେବ ମନ୍ଦିରରେ ଆଜି ସନ୍ଧ୍ୟା ସାତଟା ସୁଦ୍ଧା ତିନି ଲକ୍ଷରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରିଥିବା ନେଇ ସୂଚନା ମିଳିଛି। ଭୋର ତିନିଟା ରୁ ଦିଅଁ ଦର୍ଶନ ପାଇଁ ଲୋକାରଣ୍ୟ ହୋଇପଡ଼ିଥିଲା ସମଗ୍ର ଅଞ୍ଚଳ। ମନ୍ଦିର ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ପାଇଁ ଧାଡ଼ିରେ ନେଇ ଭକ୍ତ ମାନଂକୁ ବାବାଙ୍କ ଦର୍ଶନ କରାଇଥିଲେ। ପୂଜାର୍ଚ୍ଚନା ପରେ ସୁସଜ୍ଜିତ ବେଢ଼ା ପରିକ୍ରମା କରିଥିଲେ ଶତାଧିକ ଶ୍ରଦ୍ଧାଳୁ। ଏହି ଅବସରରେ ଆୟୋଜିତ ମେଳା ପଡ଼ିଆରେ ସନ୍ଧ୍ୟା ସୁଦ୍ଧା ଶହଶହ ଦୋକାନ ଲାଗିଥିବା ଦେଖାଯାଇଛି। ବିଶେଷକରି କୋଣାର୍କ ଗଣନାଟ୍ୟ ନାଟ୍ୟ ପରିବେଷଣ ଯୋଗୁଁ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି।