Wheels Of Civilization
ଭୁବନେଶ୍ୱର କେଶରୀ ଟକିଜ ରେ ଅଠର ତାରିଖ ଦିନ ହେବ ପ୍ରିମିୟର.
ଇଂରାଜୀ ସିନେମାରେ ଓଡ଼ିଶାର ପ୍ରାକୃତିକ ଦୃଶ୍ୟ ଏବଂ କଳାକାର
——
ଗୁରବିନ୍ଦର ମିଡ଼ିଆ ଆଣ୍ଡ ଏଣ୍ଟରଟେନମେଣ୍ଟ, ବ୍ରିଟେନ ର ସବଦ ଇନୋଭେସନସ ଏବଂ ପ୍ରିଲ୍ୟୁଡ଼ ନଭେଲ ଭେଂଚରସ ପକ୍ଷରୁ ତ୍ରିଭାଷୀ ଚଳଚ୍ଚିତ୍ର Wheels of Civilizations ଅଠର ତାରିଖ ଦିନ ସକାଳ ଆଠଟାରେ କେଶରୀ ଟକିଜରେ ପ୍ରିମିଏର ହେବାକୁ ଯାଉଛି. ମୁଖ୍ୟତଃ ଏହା ଇଂରାଜୀ ଭାଷାରେ ହୋଇଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ହିନ୍ଦୀ ଏବଂ ଓଡ଼ିଆ ଭାଷା ର ବ୍ୟବହାର ହୋଇଛି. ଏଥିରେ ତିନିଜଣ ବ୍ରିଟିଶ ଅଭିନେତ୍ରୀ, ଦୁଇ ଜଣ ମୁମ୍ବାଇ ଅଭିନେତ୍ରୀ ଙ୍କ ସହିତ ଓଡ଼ିଶାର ବହୁ ପରିଚିତ କଳାକାର ସୁକାନ୍ତ ରଥ, ଚୌଧୁରୀ ବିକାଶ ଦାସ, ଜିତୁ ମଙ୍ଗରାଜ,ବଗଲା,ଅଙ୍କିତ ମହାପାତ୍ର, ଐଶ୍ୱର୍ୟା, ତ୍ରିରଙ୍ଗା, ରବି, ମନରାଜ ସିଂ ପ୍ରମୁଖ ଅଭିନୟ କରୁଛନ୍ତି.
ପ୍ରସିଦ୍ଧ ଡାକ୍ତର ଡଃ. ରାଜିନ୍ଦର ପାଲ ସିଂ ଏହି ଫିଲ୍ମକୁ ଲେଖିଥିବା ବେଳେ ନିର୍ଦେଶନା ମଧ୍ୟ ଦେଇଛନ୍ତି.
ଟେକନିକାଲ ନିର୍ଦେଶକ ଅଛନ୍ତି ଶୈଳେନ୍ଦ୍ର ମିଶ୍ର (ବାବି).
ଚ୍ଚିତ୍ରଉତ୍ତୋଳନ କରିଛନ୍ତି ମୁମ୍ବାଇର ସୁପ୍ରସିଦ୍ଧ ଡି ଓ ପି ଅନିଲ ଧାଣ୍ଡା.
ଫାଇଟ ମାଷ୍ଟର ଶୈଳେନ୍ଦ୍ର ପରିଡା.
ସଂଗୀତ ନିର୍ଦେଶନା ଦେଇଛନ୍ତି ଓଡ଼ିଶାର ଵିଷ୍ଣୁ ମୋହନ କବି, କୋରିଓଗ୍ରାଫର ଅଛନ୍ତି ଶାଶ୍ୱତ ଯୋଶୀ ଏବଂ ଜାଭେଦ-ସ୍ୱାତୀ.
ପ୍ରଡକ୍ସନରେ ଅଛନ୍ତି ରାଜା, ବୁଲୁ ଏବଂ ସୁଦୀପ୍ତ ମହାନ୍ତି.
ପ୍ରଯୋଜକ ଅଛନ୍ତି ମନରାଜ ସିଂ ଏବଂ ଦିବ ଗୌତମ ସିଂ.
ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରଯୋଜକ ଏବଂ କ୍ରି୍ଏଟିଭ ପବ୍ଲିସିଟି ଡିଜାଇନର ଅଛନ୍ତି ଓଡ଼ିଶାର ପ୍ରସିଦ୍ଧ ଟେଲିଭିଜନ ବ୍ୟକ୍ତିତ୍ୱ,ଫିଲ୍ମ କାହାଣୀ-ସଂଳାପ ଲେଖକ ତଥା ଫିଲ୍ମ କ୍ରିଏଟିଭ ପବ୍ଲିସିଟି ଡିଜାଇନର ଶ୍ୟାମା ପ୍ରସାଦ ମିଶ୍ର.
ଏହି ସିନେମାଟି ସମ୍ପୂର୍ଣ୍ଣ ଓଡ଼ିଶା ଏବଂ ପଞ୍ଜାବରେ ଶୁଟିଙ୍ଗ ହୋଇଥିବା ବେଳେ ଅନୁଗୁଳସ୍ଥିତ ସାତକୋଶିଆ ରିଜର୍ଭ ଜଙ୍ଗଲରେ ମୁଖ୍ୟତଃ ଶୁଟିଙ୍ଗ ହୋଇଛି.ଓଡ଼ିଶାର ପ୍ରାକୃତିକ ଜଙ୍ଗଲ, ଝରଣା ସହିତ ଆଦିବାସୀ ଚାଲି ଚଳଣି,ନୃତ୍ୟ ସଂଗୀତ ଏବଂ ପରିବେଶ ସୁରକ୍ଷା, ଆଦିବାସୀ ମାନଙ୍କ ସ୍ୱାସ୍ଥ୍ୟ ସଚେତନତା ଉପରେ ଆଧାରିତ କାହାଣୀ ଦର୍ଶକ ଙ୍କୁ ଆକୃଷ୍ଟ କରିବ ନିଶ୍ଚୟ.
