*ନୂଆପଡା ଜିଲ୍ଲା ଖଡିଆଳ ଡିଗ୍ରୀ ମହିଳା କଲେଜ୍ ଇତିହାସ ବିଭାଗ ପକ୍ଷ ରୁ ଐତିହାସିକ ଶିଳା ଲିପି ଯୋଗୀ ମଠ କ୍ଷେତ୍ର ପ୍ରଦର୍ଶନ ଶିକ୍ଷା*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲା ଅନ୍ତର୍ଗତ ଖଡିଆଳ ଡିଗ୍ରୀ ମହିଳା କଲେଜ୍ ଇତିହାସ ବିଭାଗ ପକ୍ଷ ରୁ ଐତିହାସିକ ଶିଳା ଲିପି ଯୋଗୀ ମଠ କ୍ଷେତ୍ର ପ୍ରଦର୍ଶନ ଶିକ୍ଷା ପ୍ରଦାନ ନେଇ ଯାତ୍ରା କରିଛନ୍ତି। ଶିକ୍ଷା କୌଣସି ଚାରି କାନ୍ଥ ରେ ଆବଦ୍ଧ ନ ହୋଇ ବାହ୍ୟ ଶିକ୍ଷା ଏବଂ କ୍ଷେତ୍ର ପ୍ରଦର୍ଶନ ଦ୍ବାରା ଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ରେ ସହାୟକ ହେବ। କଲେଜ୍ ଅଧ୍ୟକ୍ଷା ଇତିହାସ ବିଭାଗ ମୁଖ୍ୟ ଲିଜା ଆଚାର୍ଯ୍ୟ, ଇତିହାସ ବିଭାଗ ଅଧ୍ୟାପିକା ସସ୍ମିତା ବିଶି, କଲେଜ୍ କର୍ମଚାରୀ ରେବତୀ ନାଏକ, ସଂଜୟ ଦରଜୀ ଏବଂ ବିକ୍ରମ ସେଠି ଙ୍କ ସମେତ ୫୦ ଜଣ ଇତିହାସ ବିଭାଗ ଛାତ୍ରୀ କ୍ଷେତ୍ର ପ୍ରଦର୍ଶନ ଶିକ୍ଷା ନେବା ପାଇଁ ଯାଇଛନ୍ତି। ଏହାଦ୍ବାରା ଶିକ୍ଷାର୍ଥୀ ମଧ୍ୟରେ ଉତ୍ସାହ ଜାଗ୍ରତ ହେବା ସହ ଆସନ୍ତା ଦିନରେ ଶିକ୍ଷା ଗ୍ରହଣ ପଦ୍ଧତି ପରିବର୍ତ୍ତନ ଦ୍ବାରା ନୂତନ ଶିକ୍ଷା ନୀତି ରେ ବିଶେଷ ସହାୟକ ହେବ।
