ପଣ୍ଡିତ ଗୋପବନ୍ଧୁଙ୍କ ଜୀବନୀ ସମ୍ପର୍କିତ ଆଲୋଚନାଚକ୍ର
ଡେଲାଙ୍ଗ,୧୩ା୧୦-: ଡେଲାଙ୍ଗ ଷ୍ଟେସନ ବଜାରସ୍ଥିତ ଶ୍ୟାମସୁନ୍ଦର ପାଠାଗାର ପରିସରରେ ଗୋପବନ୍ଧୁଙ୍କ ସମାଜ ସେବା ଓ ତାଙ୍କ ଜୀବନୀ ସମ୍ପର୍କିତ ଆଲୋଚକ୍ର ଗାନ୍ଧିତତ୍ୱ ପ୍ରଚାରକ ଅନାମ ମଲ୍ଲିକ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପାଠାଗାରର ପ୍ରତିଷ୍ଠାତା କାଷିନାଥ ମହାପାତ୍ରଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଶିକ୍ଷକ ଅଭୟଚରଣ ସାହୁ ଅତିଥି ଭାବେ ଯୋଗଦେଇ ପଣ୍ଡିତ ଗୋପବନ୍ଧୁ ସମାଜସେବା କରିବାରେ ନିଜର ସମ୍ପୁର୍ଣ୍ଣ ଜୀବନ ଉତ୍ସର୍ଗ କରିଥିବା ନେଇ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ପ୍ରତ୍ୟେକ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ । ସେହିପରି ନିଜ ପୁତ୍ରକୁ ଜ୍ୱରରେ ପଡିଥିବାର ଦେଖି ମଧ୍ୟ ସେ ବନ୍ୟା ପ୍ରଭାବିତ ଅଂଚଳକୁ ଯାଇ ବନ୍ୟାପିଡୀତଙ୍କୁ ସହଯୋଗ କରିଥିଲେ । ଏହା ସହିତ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ପାଇଁ ସଂଘର୍ଷ କରିଥିଲେ ଓ ଓଡିଆ ଭାଷା ପାଇଁ ଆନ୍ଦୋଳନ କରିବାରେ ଗୁରୁତ୍ୱ ପୁର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ଆହ୍ୱାନ ଥିଲା ମାନବ ସେବା ହିଁ ମାଧବ ସେବା । କେବଳ ସେତିକି ନୁହେଁ ସତ୍ୟବାଦୀ ବନ ବିଦ୍ୟାଳୟଗଠନ କରିବାରେ ତାଙ୍କର ଥିଲା ମୁଖ୍ୟଭୂମିକା । ପ୍ରତ୍ୟେକ ଗୋପବନ୍ଧୁଙ୍କ ନିତିଆଦର୍ଶରେ ଅନୁପ୍ରଣିତ ହେବା ସହିତ ଅନ୍ୟମାନଙ୍କୁ ପ୍ରେରଣା ଦେବା ନେଇ ଗାନ୍ଧୀତତ୍ତ୍ୱ ପ୍ରଚାରକ ଶ୍ରୀ ମଲ୍ଲିକ୍ ଆଲିକପାତ କରିଥିଲେ । ଏହି ଆଲୋଚନା ଚକ୍ରରେ ଶିକ୍ଷାବିତ୍ ସନ୍ତୋଷ ମହାନ୍ତି, କବୟିତ୍ରୀ ଜ୍ୟୋତ୍ସାରାଣୀ ସ୍ୱାଇଁ, ବ୍ୟଙ୍ଗକବି ଚନ୍ଦ୍ରଶେଖର, ଆଇନିଜୀବୀ ହୃଷିକେଷ ପାଢୀ, ଲକ୍ଷ୍ମୀନାରାୟଣ ପାଠି, ସନ୍ତୋଷ ବିଶ୍ୱାଳ, ହୃଷୀକେଶ ଜେନା ପ୍ରମୁଖ ଅଂଶଗ୍ରହଣ କରି କବିତା ମାଧ୍ୟମରେ ଗୋପବନ୍ଧୁଙ୍କ ଗୁଣଗାନ କରିବା ସହିତ ତାଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଶପଥ ପାଠ କରିଥିଲେ ।
