**ଯୋଡ଼ାପୌରପାଳିକା ର ଜବର ଦଖଲ ଉଚ୍ଛେଦ କାର୍ଯ୍ୟ ଜାରି**
ଯୋଡ଼ା:କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ତରଫରୁ ସହରର ବିଭିନ୍ନ ଅଞ୍ଚଳରେ ରାସ୍ତା ର ଦୁଇ ପାର୍ଶ୍ଵରେ ଥିବା ସ୍ଥାୟୀ ଦୋକାନ ଏବଂ ଉଠା ଦୋକାନୀ ମାନେ ବେଆଇନ ଭାବେ ଜବରଦଖଲ କରିଥିବା ସ୍ଥାନରେ ଯୋଡ଼ା ପୌରନିର୍ବାହୀ ଅଧିକାରୀ ଆଇଏଏସ ପବନ ସିଂ ରାଣା ଙ୍କ ଅଧ୍ୟକ୍ଷତାରେ ବୁଲଡୋଜର ସାହଯ୍ୟ ରେ ଜୋବର ଦଖଲ ପ୍ରକ୍ରିୟା ଗତ ୬ ତାରିଖ ରୁ ଆରମ୍ଭ ହୋଇଯାଇଅଛି।ତେବେ ବୁଧବାର ଦିନ ଦିବା ୧୦ ଘଟିକାରୁ ମୁନିସିପାଲିଟି ଅଧିକାରୀ ଏବଂ ଯୋଡ଼ା ପୋଲିସ ମିଳିତ ଭାବେ ଯୋଡ଼ା ଵସଷ୍ଟାଣ୍ଡ ରେ ପହଞ୍ଚି ଵସ ଷ୍ଟାଣ୍ଡ ରୁ ପରିବା ବଜାର ପର୍ଯ୍ୟନ୍ତ ୨ ଘଟିକା ପର୍ଯ୍ୟନ୍ତ ଉଛେଦ କାର୍ଯ୍ୟକ୍ରମ ଜାରି ରଖିଥିଲେ।ପରେ ଅପରାହ୍ନ ୪ ଘଟିକା ରୁ ଵସ ଷ୍ଟାଣ୍ଡ ରୁ ପୁରୁଣା ଥାନା ଦେଇ ଧରଣୀ ଧର ଛକ ପର୍ଯ୍ୟନ୍ତ ଉଛେଦ ପ୍ରକ୍ରିୟା ଜାରି ରହିଥିଲା।ଉଛେଦ ସମୟରେ ଯଉଁ ଉଠାଦୋକାନୀ ମାନଙ୍କର ଜୀବିକା ପ୍ରଭାବିତ ହୋଇଛି ସେମନାଙ୍କୁ ଚିନ୍ହଟ କରି ଆଗକୁ ଭେଣ୍ଡିଜନ ପ୍ରଦାନ ରେ ଗୁରୁତ୍ୱ ଦିଆଯିବା ସହ ଆଗକୁ ଏହି ଉଚ୍ଛେଦ ପ୍ରକ୍ରିୟା ଜାରି ରହିବା ବୋଲି ଶ୍ରୀ ରାଣା ସୁଚନା ଦେଇଛନ୍ତି।
