*କ୍ରୀଡା ନିମନ୍ତେ ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘ ଦ୍ୱାରା ଆର୍ଥିକ ସହାୟତା*
——–
ନବରଙ୍ଗପୁର (ପରଦେଶୀ ଶଗରିଆ ) ଜିଲ୍ଲା କିନ୍ନର ସଂଘ ପକ୍ଷରୁ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ରେ ଚାଲିଥିବା ଦଶହରା କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ସୁପରିଚାଳନା ନିମନ୍ତେ ଏହି ଟୁର୍ଣ୍ଣାମେଣ୍ଟର ଉଦ୍ୟକ୍ତା ଅଶୋକ ପାତ୍ର ଙ୍କୁ କିନ୍ନର ସଂଘର ସଂପାଦକ ଚୁମୁକୀ କିନ୍ନର ଦ୍ଵାରା ସଂଘ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।ଏହି ଅବସରରେ କିନ୍ନର ସଂଘର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ ଯୋଗ ଦେଇ କ୍ରୀଡାର ବିକାଶ ନିମନ୍ତେ କିନ୍ନର ମାନଙ୍କ ଆର୍ଥିକ ଅନୁଦାନ ନିଶ୍ଚିତ ଭାବରେ ଫୁଟବଲ୍ କ୍ରୀଡାବିତ ନିମନ୍ତେ ଏହା ଏକ ତ୍ପ୍ରେରଣାଦାୟକ ହେବ ବୋଲି ନିଜ ବ୍ୟକ୍ତବ୍ୟରେ କହିଛନ୍ତି। ଚାନ୍ଦା କିମ୍ବା ଦାନ ସ୍ୱରୂପ ପାଉଥିବା ଆର୍ଥିକ ସହାୟତରୁ କିଛି ବଳକା କରି ଏହିପରି ସାମାଜିକ କାର୍ଯ୍ୟ କରାଯାଉଛି ବୋଲି ସଂଘର ପ୍ରୋଜେକ୍ଟ ଲିଡର ଏମ. ବାଲା କୃଷ୍ଣ ରାଓ କହିଛନ୍ତି। ଉକ୍ର କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ,କିନ୍ନର ସଂଘର ପାପଡାହାଣ୍ଡି ବ୍ଲକ ର ଉପଦେଷ୍ଟା ତଥା ବ୍ଲକ ଉପସଭାପତି ସୁଶାନ୍ତ କୁମାର ବେହେରା ନବରଙ୍ଗପୁର ପୌର ପରିଷଦ ଅଞ୍ଚଳର ଉପଦେଷ୍ଟା ନିନୀବାବୁ ତ୍ରିପାଠୀ, ସଂଘର କାର୍ଯ୍ୟକାରୀ ସଦସ୍ୟ କୃଷ୍ଣ ପ୍ରସାଦ ରଥ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ପୂର୍ବରୁ ଜିଲ୍ଲା କିନ୍ନର ସଂଘ ପକ୍ଷରୁ ରକ୍ତ ଦାନ ଭଳି ମହାନ୍ କାର୍ଯ୍ୟ କରାଯିବା ସହ ଅସହାୟଙ୍କୁ ସାହାଯ୍ୟ ସହଯୋଗ ଏବଂ ବିଭିନ୍ନ ସମୟରେ ଗରିବ ମାନଙ୍କୁ ଛତା ,କମ୍ବଳ ଇତ୍ୟାଦି ରୀତିମତ ବଣ୍ଟନ କରାଯାଉଛି। କିନ୍ନର ସଂଘର ଏପରି ସାମାଜିକ କାର୍ଯ୍ୟକଳାପ କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।
