ବାଲେଶ୍ୱର କଲେକ୍ଟରେଟରେ ଦୁର୍ଗାପୂଜା ସମନ୍ୱୟ ବୈଠକ:
ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ଙ୍କ ଅଧ୍ୟକ୍ଷତାରେ ଆଜି ଦୁର୍ଗାପୂଜାକୁ ସୁଚାରୁ ଓ ସୁରକ୍ଷିତ ଭାବରେ ପାଳନ ପାଇଁ ସମନ୍ୱୟ ବୈଠକ ଆୟୋଜିତ ହୋଇଯାଇଛି । ଏହି ବୈଠକରେ ବାଲେଶ୍ୱର ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ବୈଠକରେ ପୋଲିସ୍, ମ୍ୟାଜିଷ୍ଟ୍ରେଟ୍ ଓ ସମସ୍ତ ଲାଇନ୍ ବିଭାଗମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଗୁରୁତ୍ୱ ଦିଆଗଲା । ଅଧିକ ଭିଡ଼ ହେଉଥିବା ସ୍ଥାନଗୁଡ଼ିକ — ଯଥା ସିନେମା ଛ୍ଚକ ଇତ୍ୟାଦିରେ ଭାରି ବ୍ୟାରିକେଡିଂ କରିବାକୁ ନିଷ୍ପତ୍ତି ହେଲା । ରାବଣପୋଡି ଓ ଭସାଣି ସମୟରେ ବ୍ୟବହୃତ ବିକଳ୍ପ ରୁଟ୍କୁ ସୁଚାରୁ ରୂପେ ମରାମତି, ଯାତାୟାତ ଓ ପାର୍କିଂ ବ୍ୟବସ୍ଥାକୁ ଯଥାପୂର୍ବକ ପାଳନ କରିବାକୁ ଆଦେଶ ଦିଆଗଲା ।ଅଷ୍ଟମୀ ଓ ଦଶହରାରେ ମଦ ଦୋକାନ ବନ୍ଦ ରଖିବାକୁ ଓ ସାଧାରଣ ଭାବେ ପୋଲିସ୍ ଓ ଅବକାରୀ ବିଭାଗର ଯୁକ୍ତ ପ୍ରବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦିଆଗଲା । ପୂର୍ତ୍ତ ବିଭାଗ ଓ ମ୍ୟୁନିସିପାଲଟି କୁ ରାସ୍ତା ଓ ନର୍ଦ୍ଦମା ଭଲ ଭାବରେ ତଦାରଖ କରିବାକୁ କୁହାଗଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଖାଦ୍ୟ ଗୁଣସ୍ତର ଯାଞ୍ଚ କରିବାକୁ, ପି ଏଚ୍ ଡି କୁ ପାଣି ଟ୍ୟାଙ୍କର ପ୍ରସ୍ତୁତ ରଖିବାକୁ ଓ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଭାରି ଯାନବାହନ ନିୟନ୍ତ୍ରଣ ସହିତ ଜରୁରୀକାଳୀନ ଯାନବାହନ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଗଲା । ବାଲେଶ୍ବର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।।।
