ସିନିୟର୍ ସିଟିଯେନ୍ ମାନଙ୍କ ର ବୃକ୍ଷ ରୋପଣ କାର୍ଯ୍ୟକ୍ରମ
——————————–
ଝାରର୍ପୋଖରିଆ –(ନି ପ୍ର)ସୀମାନ୍ତ ସିନିୟର୍ ସିତିଯେନ୍ ମାନଙ୍କ ଦ୍ଵାରା ଆଜି ପବିତ୍ର ଦିନ ବିଶ୍ଵକର୍ମା ପୂଜା ତଥା ପ୍ରଧାନମନ୍ତ୍ରୀ ମୋଦୀ ଜି ଙ୍କ ଜନ୍ମ ଦିନ ଉପଲକ୍ଷେ “ଏକ ପେଡ ମା କି ନାମ ସେ ” ଅବସର ରେ ଝାରପୋଖରିଆ ଥାନା ସମ୍ମୁଖରେ ଥିବା ଏକ ସ୍ଥାନ ରେ ୪୦ ଗୋଟି ବିଭିନ୍ନ ପ୍ରକାର ଉପାଦେୟ ବୃକ୍ଷ ରୋପଣ କରିଥିଲେ । ଏହି ବୃକ୍ଷ ଗୁଡ଼ିକ କିପରି ସୁରକ୍ଷିତ ରହିପାରିବ ତାହା ମଧ୍ୟ ତଦାରଖ କରିବେ ବୋଲି ସମସ୍ତେ ନିଜର ଆଗ୍ରହ ପ୍ରକାଶ କରିଥିଲେ। ସମସ୍ତେ ଏକ ସ୍ଵରରେ ଏକ ପେଡ ମା କି ନାମ ସେ ସ୍ଲୋଗାନ ଦେଇଥିଲେ । ଆଗକୁ ଆହୁରି ବୃକ୍ଷ ରୋପଣ କରିବେ ବୋଲି ସମସ୍ତେ ପ୍ରତିଶ୍ରୁତି ଦେଇଥିଲେ। ସୀମାନ୍ତ ବରିଷ୍ଠ ନାଗରିକ ସଭାପତି ସୁନିଲ କୁମାର ମହାପାତ୍ର, ସମ୍ପାଦକ ଘାସିରାମ ମହାନ୍ତ, ପୂର୍ବତନ ବିଧାୟକ ଡ: ବୁଧାନ ମୁର୍ମୁ, ଉପସଭାପତି ଭାରତ ଚନ୍ଦ୍ର ମହାନ୍ତ,ପ୍ରତିଷ୍ଠାତା କୈଳାସ ଚନ୍ଦ୍ର ବସା ଓ ସଦସ୍ୟ ମାନଙ୍କ ମଧ୍ୟରେ ଦଇତାରୀ ମହାନ୍ତ, ଅମିୟ କୁମାର ଦ୍ୱାରି, ଅଞ୍ଜନ କୁମାର ପାତ୍ରଉ, ହରେସ ଚନ୍ଦ୍ର ମହାନ୍ତ, ଯୁଧିଷ୍ଠିର ମହାନ୍ତ,ରତ୍ନାକର ପରିଡ଼ା ,ଅଶୋକ କୁମାର ସାହୁ ଉପସ୍ଥିତ ଥିଲେ ଏବଂ କାର୍ଯକ୍ରମ ରେ ସହଯୋଗ କରିଥିଲେ । ସାରସ କଣା ରୁ ଅଜୟ କୁମାର ମଣ୍ଡଳଙ୍କ ରିପୋର୍ଟ ଭଞ୍ଜ ଦୁଟ ଖବର
