ଦୁର୍ଦିନ ଅବସ୍ଥାରୁ କେବେ ମୁକ୍ତି ମିଳିବ ଗ୍ରାମ ବାସୀଙ୍କୁ
ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଚକ୍ରଧର ପୁର ପଞ୍ଚାୟତରେ ରହିଅଛି ନୁଆସାହି ଗ୍ରାମ।ଏଥିରେ ବସବାସ କରନ୍ତି ଗରୀବ ଆଦିବାସୀ ଶ୍ରେଣୀର ଲୋକ। କୁସୁନପୁର, ବିଛାଖଣ୍ଡି ପରି ବହୁ ସଂରକ୍ଷିତ ଜଙ୍ଗଲ ଏହି ଗାଁ ନିକଟରେ ରହି ଅଛି। ଗ୍ରାମ ରେ ଲୋକ ସଂଖ୍ୟା ଅଧିକ ନଥିଲେ ମଧ୍ୟ ସାଧାରଣ ମୌଳିକ ଅଧିକାର ଏମାନଙ୍କ ପାଖରେ ନଥିଲା ପରି ମନେ ହେଉଅଛି। ଶିକ୍ଷାର ବ୍ୟବସ୍ଥା କହିଲେ ଏକ ଅଙ୍ଗନବାଡି କେନ୍ଦ୍ର ଏଠାରେ ରହି ଅଛି। ଯାହା ପ୍ରାୟ ପନ୍ଦର(୧୫) ବର୍ଷ ପୂର୍ବରୁ ନିର୍ମିତ ହୋଇଥିଲା। ଏଥିରେ ପାଖାପାଖି ୨୦ ଜଣ ପିଲା ପଢ଼ନ୍ତି ବୋଲି ଅଙ୍ଗନବାଡି ଶିକ୍ଷୟତ୍ରୀ ପ୍ରକାଶ କରିଛନ୍ତି। ଦୀର୍ଘ ୧୫ ବର୍ଷ ବିତିଯାଇଥିଲେ ମଧ୍ୟ ପିଲାଙ୍କ ପଢିବା ପାଇଁ ଗୋଟିଏ ନିଜସ୍ୱ ଗୃହ ନାହିଁ। ଗ୍ରାମର ଠାକୁରଙ୍କ କୋଠଘର ପିଣ୍ଡାରେ ଚାଲେ ଅଙ୍ଗନବାଡି କେନ୍ଦ୍ର। ଅଙ୍ଗନବାଡି ଦିନେ ଖୋଲା ହେଲେ ଦିଦିନ ବନ୍ଦ ରୁହେ। ଅଙ୍ଗନବାଡି ସହାୟିକା ଙ୍କ ଭଙ୍ଗା ଦୋକାନ ଘରେ ପିଲାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହୁଏ। ସାମନ୍ୟ ବର୍ଷା ହେଲେ ପିଲାମାନେ ବସି ପଢିବାକୁ ଜାଗାଟିଏ ନାହିଁ ତେଣୁ ଅଙ୍ଗନବାଡି ଛୁଟି କରିବାକୁ ପଡେ।ଗ୍ରାମର ଲୋକମାନେ ନିଜେ ପ୍ରାୟ ୩୦ ହଜାର ଟଙ୍କା ଖର୍ଚ୍ଚ କରି ଏକ ଜାଗାକୁ ସମତୁଲ କରି ଅଙ୍ଗନବାଡି କେନ୍ଦ୍ର ପାଇଁ ସରକାରଙ୍କୁ ଜାଗା ଚି଼ହ୍ନଟ ଦେଇଛନ୍ତି ବୋଲି ପ୍ରକାଶ କରିଅଛନ୍ତି। ବାରମ୍ବାର ଅନୁରୋଧ ସତ୍ତ୍ୱେ ଅଙ୍ଗନବାଡି ଘରଟିଏ ହୋଇ ପାରିଲା ନାହିଁ ଏହି ଗ୍ରାମରେ। ଧର୍ମଶାଳା ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରିଣୀ ଙ୍କୁ ଏ ବିଷୟରେ ପ୍ରଶ୍ନ କରିବାରୁ ସେ ଏହାର କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପରି ନଥିଲେ। ଧର୍ମଶାଳା ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ମଧ୍ୟ ଏ ବିଷୟରେ ପ୍ରଶ୍ନ କରାଯାଇଥିଲା ସେ ମଧ୍ୟ କିଛି ଏ ବିଷୟରେ ଜାଣି ନାହାନ୍ତି, ସିଡିପିଓ ଙ୍କୁ ଓ ଜେ.ଇ. ଙ୍କୁ ପଚାରନ୍ତୁ ଯଦି କିଛି ଏପରି କାର୍ଯ୍ୟ ହେବାର ଅଛି ମୁଁ ତାକୁ ଶୀଘ୍ର କରିବାକୁ ଚେଷ୍ଟା କରିବି ବୋଲି କହିଥିଲେ। ଏଠାକାର ଦାଇତ୍ୱରେ ଥିବା ଜେ.ଇ. କହିଥଲେ ମୋ ପାଖକୁ ସେପରି କିଛି କାର୍ଯ୍ୟ କରାଇବା ପାଇଁ ଆଦେଶ ଆସି ନାହିଁ। ନୁଆସାହି ଲୋକଙ୍କର ଶିକ୍ଷା, ଗମନା ଗମନ, ପାନୀୟ ଜଳ ଆଦି ବିଷୟରେ ନୂତନ ସରକାର ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ଓ ସ୍ଥାନୀୟ ଲୋକ ଅନୁରୋଧ କରିଛନ୍ତି। ଧର୍ମଶାଳା ପ୍ରତିନିଧି କୁଲୁ ବରାଳ ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
