ଜସ୍ୱସୀ ପ୍ରଧାନମନ୍ତ୍ରୀ ଙ୍କ ୭୫ତମ ଜନ୍ମ ବାର୍ଷିକ ଉପଲକ୍ଷେ ମା ପାଇଁ ଗଛଟିଏ
ବିଞ୍ଝାରପୁର/ବିଜୟ କୁମାର ବାରିକ ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
ଭାରତବର୍ଷର ଯସ୍ୱସି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ୭୫ତମ ଜୟନ୍ତୀ ଉପଲକ୍ଷେ ଆମ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନରେ ଆଜି ସାରା ରାଜ୍ୟରେ ୭୫ ଲକ୍ଷ ଚାରା ରୋପଣ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।ମା ପାଇଁ ଗଛ ଟିଏ ନାରା ର ପ୍ରସଂଗିତାକୁ ଗୁରୁତ୍ୱଦେଇ ଆଜି ବିଂଝାରପୁର ବ୍ଲକର ଟିଣା ପଞ୍ଚାୟତ ବିଜେପି ପରିବାର ଓ ବିଜେପି କିଷାନ ମୋର୍ଚ୍ଚା ପକ୍ଷରୁ ଟିଣା ଲୋକନାଥ ମନ୍ଦିର ପରିସରରେ ବୃକ୍ଷ ରୋପଣ ଭଳି ମହନୀୟ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା ଓ ପ୍ରତ୍ୟକ ବ୍ୟକ୍ତି ନିଜ ଆଜି ଠାରୁ ଅକ୍ଟୋବେର ଦୁଇ ତାରିଖ ସେବା ପକ୍ଷ ମଧ୍ୟରେ ନିଜ ବଡ଼ି ବଗିଚାରେ ଗୋଟିଏ ଲେଖାଏଁ ଗଛ ଲଗାଇ ପରିବେଶର ସୁରକ୍ଷା ପାଇଁ ଆହ୍ୱାନ ଦେଇଥିଲେ। ପଂଚାୟତ ବିଜେପି ସଭାପତି ଶ୍ରୀ ଯଦୁମଣି ନାୟକଙ୍କ ଆ ବାହକତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରରେ ସର୍ବଶ୍ରୀ ଅଟଳ ବିହାରୀ ନାୟକ, ଭୁବନାନନ୍ଦ ସାମଲ, ବିରଞ୍ଚି ନାୟକ, ଗୋପାଳ ପ୍ରଧାନ, ଉତ୍ପଲ ନାୟକ, ସସଧର ରାଉତ, କେଦାର ମଳିକ, ଉତ୍ସାବାନନ୍ଦ ମଳିକ,ନିହାର ରଞ୍ଜନ ସାମଲ, ଉମେଶ ସାହୁ, ଅଭିମନ୍ୟୁ ସେଠି, ସମରେନ୍ଦ୍ର ବେଉରିଆ, ଅକ୍ଷୟ ଜେନା, ସର୍ବେଶ୍ୱର ମଳିକ, ସାନ୍ତନ୍ୟୁ ଜେନା, ନିରାକାର ନାୟକ, ରାଜୁ ମଳିକ, ବିନୋଦ ମଳିକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।
