ନୂଆପଡା (ମିଖାଏଲ ନନ୍ଦ) :
ନୂଆପଡ଼ା ବିଧାନସଭା ଉପ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷ ରୁ ପ୍ରକ୍ରିୟା ଆରମ୍ଭ ହୋଇଅଛି। ଆଜି ନୂଆପଡ଼ା ଜିଲ୍ଲାପାଳ ସମ୍ମିଳନୀ କକ୍ଷ ଠାରେ ଚିଠା ଭୋଟ ତାଲିକା ପ୍ରକାଶ ହୋଇଅଛି। ବୈଠକ ରେ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ମଧୁସୂଦନ ଦାସ ଅଧ୍ୟକ୍ଷତା କରିଥିଲେ। ଏହି ଭୋଟ ତାଲିକା ରେ ଥିବା ଦାବୀ ଏବଂ ଆପତ୍ତି ପାଇଁ ଆଜି ଠାରୁ ଆସନ୍ତା ସେପ୍ଟେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ସମୟ ସୀମା ଧାର୍ଯ୍ୟ ହୋଇଅଛି। ଆସନ୍ତା ୦୭.୧୦.୨୫ ସୁଦ୍ଧା ଦାବୀ ଦାବୀ ଓ ଆପତ୍ତି ସମାଧାନ ହେବ। ଚିଠା ଭୋଟାଲିକ ମୁତାବକ ୨ ଲକ୍ଷ ୪୮ ହଜାର ୨୫୬ ଜଣ ମତଦାତା ରହିଛନ୍ତି। ସେଥି ମଧ୍ୟରୁ ୧ ଲକ୍ଷ ୨୨ ହଜାର ୧୦୩ ଜଣ ପୁରୁଷ ଭୋଟର ରହିଥିବା ବେଳେ ୧ ଲକ୍ଷ ୨୬ ହଜାର ୧୩୨ ଜଣ ମହିଳା ଭୋଟର ରହିଛନ୍ତି। ତୃତୀୟ ଲିଙ୍ଗ ଭୋଟର ୨୧ ଜଣ ଥିବା ତାଲିକା ରେ ଉଲ୍ଲେଖ ରହିଅଛି। ଚିଠା ଭୋଟ ତାଲିକା ପ୍ରକାଶନ ବେଳେ ଅତିରିକ୍ତ ଜିଲ୍ଲାପାଳ ତଥା ନୂଆପଡ଼ା ବିଧାନସଭା ରିଟନିଙ୍ଗି ଅଧିକାରୀ ସୁବାଷ ଚନ୍ଦ୍ର ରଇତ୍, ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।
