ନୂଆପଡା (ମିଖାଏଲ ନନ୍ଦ) : ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଙ୍କୁ ସମବେଦନା ଜଣାଇବା ନେଇ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ ପ୍ରତିଷ୍ଠାତା ସଦସ୍ୟ ଅନଙ୍ଗ ଉଦୟ ସିଂ ଦେଓ ଖରୀଆର ରୋଡ ଗସ୍ତ କରିଛନ୍ତି। ଢୋଲକିଆ ଙ୍କ ବାସଭବନ ରେ ତାଙ୍କ ପରିବାର ଙ୍କୁ ସାକ୍ଷାତ କରି ତାଙ୍କ ପ୍ରତକ୍ରିୟାରେ ଭଗବାନ ଶକ୍ତି ଦିଅନ୍ତୁ ଏହି ଦୁଃଖ ସମୟରେ ସହାୟକ ହୁଅନ୍ତୁ ବୋଲି କହିଛନ୍ତି। ରାଜୁ ଭାଇ ଲୋକ ପ୍ରିୟ ନେତା ଥିଲେ। ତାଙ୍କ ମୃତ୍ୟୁ ରେ ସମଗ୍ର ବିଧାନସଭା ବାସୀ ମର୍ମାହତ। ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇ ଥିଲେ। ତାଙ୍କ ଅଧୁରା ସ୍ଵପ୍ନ କୁ ସାକାର କରିବା ପାଇଁ ଲୋକଙ୍କ କାର୍ଯ୍ୟ କରିବାକୁ ଆହ୍ବାନ କରିଛନ୍ତି।
