ନୂଆପଡା (ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ବ୍ଲକ ସାନମହେଶ୍ୱର ଗ୍ରାମପଞ୍ଚାୟତ ବାସୀ ଙ୍କ ତରଫରୁ ଆୟୋଜିତ ସାର୍ବଜନୀନ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ବ୍ଲକ୍ ଉପାଧ୍ୟକ୍ଷ ଗୌତମ ତାଣ୍ଡି ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଇ ଭେଟ ଘାଟ ଉତ୍ସବ ମାଧ୍ୟମରେ ଅଞ୍ଚଳର ବିକାଶ ଏବଂ ଦୀପ ତଳ ଅନ୍ଧାର ଅଞ୍ଚଳ କୁ ବିକଶିତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସଭାରେ ମୁଖ୍ୟବକ୍ତା ରୂପେ ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା, ସମ୍ମାନିତ ଅତିଥି ରୂପେ ଖଡିଆଳ ବ୍ଲକ୍ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଦୀପିକା ଦୀପ, ଜିଲ୍ଲାପରିଷଦ ସଭ୍ୟ ଚିତ୍ତରଞ୍ଜନ ବେହେରା, ଆହ୍ଲାଦିନି ବେହେରା, ବିଦୁର ବେହେରା ଶ୍ୟାମ ସୁନ୍ଦର କୁଲଦୀପ ପ୍ରମୁଖ ଯୋଗ ଦେଇଥିଲେ। ସାର୍ବଜନୀନ ନୂଆଁଖାଇ ଭେଟ ଘାଟ ଏକ ମାଧ୍ୟମ ସମ୍ପର୍କକୁ ନିବିଡ଼ କରିବା ସହ ନିଜ ଅଞ୍ଚଳର ଅନେକ ସମସ୍ୟା କୁ ଉଥାପନ କରି ସମାଧାନର ବାଟ ଫିଥିବା ମୂଳ ଉଦ୍ଧେଶ୍ୟ। ପିଦର୍ କୁ ପୂଜା ଅର୍ଚ୍ଚନା, ସାମୁହିକ ନୂଆଁଖାଇ ଏବଂ ସଭା କାର୍ଯ୍ୟ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକକଳାର ଆଶିଷ କୁମ୍ଭାର ଙ୍କ ଦ୍ଵାରା ପରିବେଷିତ କାର୍ଯ୍ୟକ୍ରମ ରେ ବିଭୋର ହୋଇଥିଲେ ଦର୍ଶକ।
