ହରଭଙ୍ଗା(କୃଷ୍ଣଚନ୍ଦ୍ର ସିଂହ): ହରଭଙ୍ଗା ବ୍ଲକ ପ୍ରଗତିବାଦୀ ଖବରକାଗଜ ପ୍ରତିନିଧି ସଦାନନ୍ଦ ନାଏକ ଆଜି ସୋମବାର ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପରିସରରେ ହେଉଥିବା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି ଓ ସମାଧାନ ଶିବିରରୁ ଖବର ପ୍ରସାରଣ କରି ଫେରୁଥିବା ବେଳେ ମଧ୍ୟାହ୍ନରେ ହଠାତ ତାଙ୍କ ଧର୍ମ ପତ୍ନୀ ଘର ଭିତରେ ସାପର ଗର୍ଜନ ସନ୍ଦେହ କରି ଖବର ଦେଇଥିଲେ l ଫଳରେ ଶ୍ରୀ ନାଏକ ନିଜ ସାମ୍ବାଦିକ ବନ୍ଧୁଙ୍କ ସହ ଫୋନ ଯୋଗେ ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କୁ ଖବର ଦେଇ ନିଜେ ଘର ଅଭିମୁଖେ ଯିବା ସହ ନିଜ ସ୍ତ୍ରୀକୁ ଘରର କବାଟ ଝରକା ବନ୍ଦ କରିବାକୁ କହିଥିଲେ l ପ୍ରାୟ ୨ ଘଣ୍ଟା ପରେ ସ୍ନେକ ହେଲ୍ପ ଲାଇନର ୬ ଜଣିଆ ଟିମ ପହଞ୍ଚି ୧ ଘଣ୍ଟା ପରିଶ୍ରମ କରି ଘର ଭିତରୁ ୯ଫୁଟ ଲମ୍ବର ବିଷାକ୍ତ ଅହିରାଜକୁ ଉଦ୍ଧାର କରି ମହାନଦୀ ସାତକୋଶିଆ ଅଭୟlରଣ୍ୟରେ ସୁରକ୍ଷିତ ଛାଡିଥିବା ଜଣାପଡିଛି l ଉକ୍ତ ୬ ଜଣିଆ ସାପ ଧରାଳି ଟିମରେ ମୁଥୁନ ଭୋକ୍ତା, ଧନଞ୍ଜୟ ପ୍ରଧାନ, ଅର୍ଜୁନ ପାତ୍ର, ପ୍ରାଣେଶ୍ୱର ସାହୁ, ଦାଶରଥି ମେହେର ଓ ଚିନ୍ତାମଣି ନାଏକ ରହି ସାପକୁ ଉଦ୍ଧାର କରିଥିଲେ l
