ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ) : ବାଲେଶ୍ୱର ଜିଲ୍ଲା ସୋର ଥାନା 16 ନମ୍ବର ଜାତୀୟ ରାଜପଥ କଲେଜ ଛକ ନିକଟରେ କୋଇଲା ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଲା (ଓଡି ୧୪ଏନ୍ ୮୫୦୦) ନମ୍ବର ବିଶିଷ୍ଟ ଯାତ୍ରୀବାହୀ ବସ l ବସଟି ଚଣ୍ଡିଖୋଲରୁ ବାଲେଶ୍ୱର ଯାଉଥିବା ବେଳେ କୌଣସି ଯାତ୍ରୀ ନଥିଲେ l ଧକ୍କା ହେବା ଫଳରେ ବସ୍ ର ଡ୍ରାଇଭର ଓ ହେଲ୍ପର ସାମାନ୍ୟ ଆହତ ହୋଇଛନ୍ତି l ବସଟିରେ କୌଣସି ଯାତ୍ରୀ ନଥିବା ବେଳେ କାମ କରି ଫେରୁଥିଲା l ତେବେ ବସ ଟି କୋଇଲା ବୋଝେଇ ଟ୍ରକର ପଛପଟକୁ ଧକ୍କା ଦେଇଥିଲା l ପରେ ଟ୍ରକଟି ଫେରାର ହୋଇଯାଇଛି l ଡ୍ରାଇଭର ଓ ହେଲ୍ପର ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଛନ୍ତି l
