ନୂଆପଡା (କୀର୍ତ୍ତି ଚନ୍ଦ୍ର ନାଗ) : ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ରେ ଯୋଗମୁଣ୍ଡା ପଡ଼ା ଗ୍ରାମ ରେ ହିଂସାକାଣ୍ଡ, ଲାଲଧର ପହରିଆ ଙ୍କ ଧନୁ ତୀର ଆକ୍ରମଣ ରେ ତିନି ଜଣ ଆହତ ହୋଇଛନ୍ତି। ସେହି ଗ୍ରାମର ମାଁ ଓ ୧୦ ବର୍ଷର ପୁଅ ସନ୍ତୋଷ ଙ୍କୁ ତୀର ୬ ଇଞ୍ଚ ଲେଖାଏଁ ଶରୀର ଗଭୀରତା କୁ ପ୍ରବେଶ କରିଅଛି। ତେଣୁ ଦୁଇ ଜଣଙ୍କୁ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇଛି। ଜୋଗମୁଣ୍ଡା ଗ୍ରାମର ଅନ୍ୟ ଜଣେ ବ୍ୟକ୍ତି ମଙ୍ଗଳୁ ପାହରିଆ ମଧ୍ୟ ତୀର ରେ ଆକ୍ରମଣ କରିଥିବା ବେଳେ ଆହତଙ୍କୁ ସୁନାବେଡ଼ା ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ହୋଇ ତାଙ୍କ ତୀର କାଢି ଦେଇଥିଲେ।। ବର୍ତ୍ତମାନ ଅଭିଯୁକ୍ତ ଅନ୍ୟ ଜଣଙ୍କୁ ଆକ୍ରମଣ କରିବା ଉଦ୍ଦେଶ୍ୟରେ ଜଙ୍ଗଳ କୁ ଦୌଉଡାଇ ଥିବା ଜଣାପଡିଛି। କୋମନା ପୋଲିସ ସୁନାବେଡ଼ା ରେ ପହଞ୍ଚିଛନ୍ତି ।
