ବସ୍ତା ସେଖ ଆଜାରୁଦ୍ଦିନ) : ବାଲେଶ୍ୱର ଜିଲ୍ଲା ସିଂଲା ଥାନା ବସ୍ତା ତହସିଲ ଅନ୍ତର୍ଗତ ଗୁହାଳିପଦା ଗ୍ରାମରେ ହିମାଂଶୁ ପଣ୍ଡା ଙ୍କ ଘର ଭଡା ନେଇ ବାଲିଆପାଳ ଥାନା ଅଧୀନ ହାସିମପୁର ଗ୍ରାମର ମନ୍ମଥ ଜେନା ଙ୍କ 40 ବର୍ଷର ପୁଅ ସନ୍ୟାସି ଜେନା ରହୁଥିଲେ l ସେହି ଘର ଉପରେ ରହୁଥିବା ଭଡା ଲୋକଙ୍କୁ ଆଜି ପଚାଗନ୍ଧ ହେବାରୁ ଘର ମାଲିକ ଙ୍କୁ ଜଣାଇଥିଲେ l ଘର ମାଲିକ ସିଂଲା ଥାନାକୁ ଖବର ଦେଇଥିଲେ ପରେ ସିଂଲା ଥାନା ଅଧିକାରୀ ଓ ବସ୍ତା ଅତିରିକ୍ତ ତହସିଲଦାର ପହଁଚିଥିଲେ l ଅତିରିକ୍ତ ତହସିଲଦାର, ଥାନା ଅଧିକାରୀ,ମୃତ ବ୍ୟକ୍ତି ଙ୍କ ସାନ ଭାଇ, ବାପା ଓ ଗ୍ରାମବାସୀ ଙ୍କ ଉପସ୍ଥିତିରେ ଘରର କବାଟ ଭଙ୍ଗା ହେବା ପରେ ଝୁଲନ୍ତା ଅବସ୍ଥାରେ ସନ୍ୟାସି ଜେନା ଙ୍କ ମୃତ ଶରୀର ଦେଖିବାକୁ ମିଳିଥିଲା l ସେ ଜଣେ ପେସାରେ ମେଜିକ ସିଆନ, ଲୋକଙ୍କୁ ମେଜିକ ଦେଖାଇ ଯାହା ପଇସା ରୋଜକାର କରନ୍ତି ସେଥିରେ ନିଜର ପରିବାର ଚଳାନ୍ତି l ଆଗରୁ ପାଖରେ ସ୍ତ୍ରୀ ଦୁଇ ଛୁଆ ରହୁଥିବା ଗ୍ରାମବାସୀ କୁହନ୍ତି, ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ ପାରିବାରିକ ଝଗଡା ରୁ ସନ୍ୟାସି ଏମିତି ଏକ ପଦକ୍ଷେପ ନେଇଥିବା ସନ୍ଧେହ କରାଯାଉଛି l ୩ ଚାରି ଦିନ ପୂର୍ବରୁ ଘଟଣାଟି ଘଟିଥିବା ଅନୁମାନ କରାଯାଉଛି l କାରଣ ମୃତ ଶରୀରଟି ପଚିଶଡି ପୋକ ସାଲୁବାଲୁ କରୁଛି l ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ସିଂଲା ପୋଲିସ ଘଟଣାର ତଦନ୍ତ କରୁଛି l
