ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ) : ସୋର ବ୍ଲକ ଅନନ୍ତପୁରରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ ସମସ୍ୟା ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଛନ୍ତି ସ୍ଥାନୀୟ ପଞ୍ଚାୟତ ବାସୀ। ଯଦି ଦାବିପୂରଣ ନହୁଏ ଆଗାମୀ ୩୦ତାରିଖ ଦିନ ଗଣ ଧାରଣା ଦେବେ ବୋଲି ଅନନ୍ତପୁର ଡାକ୍ତରଖାନା କ୍ରିୟାନୁଷ୍ଠାନ କମିଟି ଚେତାବନୀ ଦେଇଛି। ଆଜି ଅନନ୍ତପୁର ସ୍ଥିତ ବଜାରମଧ୍ୟରେ ହେବାକୁ ଥିବା ଗଣଧାରଣା ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତହୋଇଯାଇଛି। ଏହି ବୈଠକରେ ଅନନ୍ତପୁର, ଚିତ୍ତଳ, ପାଖର, ବାଳଙ୍ଗ, ଗୁଡ଼ ଆଦି ପଞ୍ଚାୟତର ମୁଖ୍ୟ ଲୋକମାନେ ଯୋଗଦେଇ କେଉଁଭଳି ଭାବେ ଏହି ଦାବିକୁ ସଫଳ କରିବେ ସେବିଷୟରେ ଆଲୋଚନା କରିଥିଲେ। ଏହି କମିଟିର ଆବାହକ ବିସିକେଶନ ଦାସ ଦାବିଗୁଡିକ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।ଶେଷରେ ନିତ୍ୟାନନ୍ଦ କର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।
