ବସ୍ତା:- (ନି ପ୍ର) : ଝାଡ଼ଖଣ୍ଡରେ ଲଘୁଚାପ ଜନିତ ଲଗାଣ ବର୍ଷା ଏବଂ ଝାଡଖଣ୍ତର ଗାଲୁଡିହି ବ୍ଯାରେଜରୁ ୫ ହଜାର କ୍ୟୁସେକ ପାଣି ଛଡାଯିବା ଯୋଗୁଁ ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବୃଦ୍ଧି ପାଇ ପୂଣି ବନ୍ଯା ସ୍ଥିତି ସୃଷ୍ଟି ହୋଇଛି, ରାଜଘାଟ ଠାରେ ସକାଳ ୬ ଘଟିକା ସମୟରେ ସୁବର୍ଣ୍ଣରେଖା ନଦୀରେ ଜଳସ୍ତର କ୍ରମଶଃ ବୃଦ୍ଧି ପାଉଥିବାରୁ ପୂଣି ସୁବର୍ଣ୍ଣରେଖା ନଦୀରେ ଏକ ବଡ ବନ୍ଯା ଆଶଙ୍କା କରାଯାଉଛି। ରାଜଘାଟ ଠାରେ ବିପଦ ସଂକେତ ୧୦.୩୬ ମିଟର ଥିବା ବେଳେ ୧୨ ଘଟିକା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୧୧ ମିଟର ରେ ପ୍ରଭାବିତ ହେଉଛି। ସନ୍ଧ୍ୟା ସୁଦ୍ଧା ରାଜଘାଟ ନିକଟରେ ବନ୍ୟା ପାଣି ଅତିକ୍ରମ କରିବା ବୋଲି ଅନୁମାନ କରାଯାଉଛି। ତେବେ ୪ ଘଟିକା ସମୟରେ ରାଜଘାଟ ବିପଦ ସଙ୍କେତ ୧୧.୧୭ ମିଟରରେ ପ୍ରଭାବିତ ହେଉଛି। ତେବେ ବନ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା ଏବଂ ସ୍ଥିତି ଉପରେ ନିରୀକ୍ଷଣ କରାଯାଉଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିବା ବେଳେ ବନ୍ୟା ପରିସ୍ଥିତି ତଳିଅଞ୍ଚଳ ଲୋକେ ଭୟବିତ ଅବସ୍ଥାରେ ଅଛନ୍ତି। ତେବେ ଉତ୍ତର ବାଲେଶ୍ଵରର ମୁଖ୍ୟ ଚାଷ ହେଲା ଧାନ, ପୂର୍ବ ବନ୍ୟାରେ ଧାନ ତଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇ ଥିବାବେଳେ ବହୁ କଷ୍ଟରେ ତଳି ଆଣି ପୁଣି ଚାଷ କାର୍ଯ୍ୟ କରିଥିବା ବେଳେ ପୁଣି ବନ୍ୟା ଚିନ୍ତାରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି।
ବାଲେଶ୍ଵର ଜିଲ୍ଲା ବସ୍ତାରୁ ସେଖ ଆଜାରୁଦ୍ଦିନ ଙ୍କ ରିପୋର୍ଟ
