ନୂଆପଡା ( ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ପ୍ରାଥମିକ କୃଷି ସମବାୟ ସମିତି ରେ ୭୧୦ ବସ୍ତା ୟୁରିଆ ସାର ଗଚ୍ଛିତ, ଆସନ୍ତା ସୋମବାର ରୁ ଚାଷୀଙ୍କ ପାଇଁ ବିକ୍ରି ଆରମ୍ଭ କରିବା ନେଇ ନିଷ୍ପତ୍ତି ନେଇଛନ୍ତି। କାରଣ ୟୁରିଆ ଯୋଗାଣ ରେ ଘରୋଇ ଡିଲର ରୁ ଆସିଅଛି। ବିଲ ହୋଇନଥିବା ବେଳେ ଏବଂ ଅନଲାଇନ୍ ମେସିନ ଡିଡି ହେବାକୁ ସମୟ ଲାଗିବ। ସେହିପରି ଗୋଟିଏ ୟୁରିଆ ସହିତ ଏକ କିଲୋଗ୍ରାମର ଜିଙ୍କ ମିଳିତ ରୂପେ କ୍ରୟ କରିବାକୁ ପଡ଼ିବ। ଜିଙ୍କ ଯୋଗାଣ ହୋଇନଥିବା ବେଳେ ଆସନ୍ତା କାଲି ଜିଙ୍କ ଆସିବା। ଅପର ପକ୍ଷେ ପଶ୍ଚିମ ଓଡ଼ିଶା କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ପାଳନ ନେଇ ପ୍ରତ୍ୟେକ ପରିବାର ର ପ୍ରସ୍ତୁତି କରୁଥିବା ବେଳେ ୟୁରିଆ ସାର ପାଇଁ ଲମ୍ବା ଲାଇନ ରେ ରହି ତାଙ୍କ ସମୟ ନଷ୍ଟ କରିବା ଉପଯୁକ୍ତ ନୁହେଁ। ଏହି ସବୁ କାରଣରୁ ଦୃଷ୍ଟିରେ ରଖି ସାର ବଣ୍ଟନ ଆସନ୍ତା ସୋମବାର ୦୧.୦୯.୨୦୨୫ ଦିନ ହେବ। ତେଣୁ ଚାଷୀ ମାନେ ମଧ୍ୟ ନିର୍ଦ୍ଧାରିତ ତାରିଖ ରେ କଗଜାତ ନେଇ ସାର ନେବାକୁ ଆସିବେ।
