ଢେଙ୍କାନାଳ ସଦର (ଗୋକୁଳାନନ୍ଦ ବେହେରା) : ଜଣେ ଥାନାରୁ ନ୍ୟାୟ ନ ପାଇବାରୁ ଢେଙ୍କାନାଳ ଏସପି ଅଫିସ ପରିସରରେ ଶନିବାର ସନ୍ଧ୍ୟାରେ ମହିଳା ଆତ୍ମାହୁତି ଉଦ୍ୟମ କରିଛନ୍ତି । ପୁଲିସ ତୁରନ୍ତ ତାଙ୍କୁ କାବୁ କରିନେବାରୁ ତାଙ୍କ ଜୀବନ ରକ୍ଷା ହୋଇ ପାରିଛି । ମହିଳା ଜଣଙ୍କ ହେଉଛନ୍ତି ଢେଙ୍କାନାଳ ସଦର ଥାନା ଅଙ୍କରାନ୍ତିପୁର ଗାଁର ଲିଜା ସେଠୀ । ସମ୍ପର୍କୀୟ ଦିଅରଙ୍କ ମାନସିକ ନିର୍ଯ୍ୟାତନା ସହି ନପାରି ବାରମ୍ବାର ଢେଙ୍କାନାଳର ସଦର ଥାନା ଓ ଟାଉନ ଥାନାକୁ ସେ ଦୌଡୁଥିଲେ । କେହି ତାଙ୍କ କଥା ଶୁଣି ନ ଥିଲେ । ଏଥିରେ ଅତିଷ୍ଠ ହୋଇ ଆଜି ସାଥ୍ରେ ଏକ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ଆଣି ଓ ଡିଆସିଲି ଲଗାଇ ଆତ୍ମାହୁତି ପାଇଁ ଉଦ୍ଯମ କରିଥିଲେ । ଏହି ସମୟରେ ପୁଲିସ ତାଙ୍କୁ କାବୁ କରି ନେଇଥିବାରୁ ଲିଜା ବର୍ତ୍ତୀ ଯାଇଛନ୍ତି । ବାରଣ ସତ୍ତ୍ଵେ ତାଙ୍କୁ ପେଟ୍ରୋଲ ବୋତଲରେ କିଏ ଓ ସେ କାହିଁକି ଆତ୍ମଦାହ କରିବାକୁ ନିଷ୍ପରି ନେଇଥିଲେ ସେ ନେଇ ପୁଲିସ ତନାଘନା ଚଳାଇଛି । ଢେଙ୍କାନାଳ ଏସପି ଉଭୟ ଟାଉନ ଓ ସଦର ଥାନା ଅଧିକାରୀଙ୍କୁ ଅଫିସକୁ ଡାକି ତନାଘନା କରୁଛନ୍ତି । ସଦର ଉପଖଣ୍ଡ ପୁଲିସ ଅଧିକାରୀଙ୍କୁ ତଦନ୍ତ କରିବାକୁ ଏସପି ନିର୍ଦ୍ଧେଶ ଦେଇଛନ୍ତି । ପରବର୍ତ୍ତୀ ସୂଚନା ଅନୁଯାୟୀ,ଜିଲ୍ଲା ଏସ୍ପି ଘଟଣାକୁ ଗୁରୁତର ସହ ନେଇ ସଦର ଥାନାର ଡିସିଓ ସବ୍ଇନିପେକ୍ଟର ରୋଜାଲିନ ମିଞ୍ଜ ଓ ଟାଉନ୍ ଥାନାର ଡିସିଓ ସବ୍ଇନିପେକ୍ଟର ଉତ୍କଳବିଜୟ ମହାନ୍ତିଙ୍କୁ ନିଲମ୍ବନ କରିଛନ୍ତି ।
