ବସ୍ତା (ସେଖ ଆଜାରୁଦ୍ଦିନ) : ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ନଳବାହାର ଗ୍ରାମରେ ନବବିବାହିତା ବୋହୁର ଆତ୍ମହତ୍ୟାକୁ ନେଇ ଚର୍ଚ୍ଚା, ବାପ ଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ। ସୂଚନା ଅନୁସାରେ ବଡ଼ଧନାଡି ଗ୍ରାମର ତପନ ଜେନା ଙ୍କ ଝିଅ ସବିତା ସହିତ ନଳବାହାର ଗ୍ରାମର ସନିଆ ମହାଳିକ ଙ୍କ ସହିତ ଛଅ ମାସ ତଳେ ବୈଦିକ ରୀତିରେ ବାହାଘର ହୋଇଥିଲା। ସବୁ ଠିକ ଠାକ ଚାଲିଥିବା ବେଳେ ଆଜି ଅପରାହ୍ନ ସମୟରେ ଘର ଲୋକ କେହି ନଥିବା ଅବସ୍ଥା ରେ ସବିତା ଘର ଭିତରେ ବେକ ରେ ଦଉଡି ଲଗାଇଥିବା ବଡ଼ ବୋହୁ ଜାଣିପାରି ସାହିପୋଡିଶା ତଥା ଘର ଲୋକଙ୍କୁ ଡାକି ସବିତା କୁ ବସ୍ତା ମେଡିକାଲ କୁ ଆଣିଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ବାପ ଘର ଲୋକେ ଝିଅ କୁ ଦେଖିବାକୁ ମେଡିକାଲରେ ପହଂଚି ଝିଅର ବେକରେ କ୍ଷତ ଚିହ୍ନ ଦେଖି ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ। ଅଭିଯୋଗକୁ ଆଧାର କରି ପୋଲିସ ମେଡିକାଲ ରେ ପହଂଚି ଶବକୁ ଜବତ କରିବା ସହିତ ମୃତକଙ୍କ ସ୍ୱାମୀ ସନିଆ କୁ ଥାନା ରେ ଅଟକ ରଖିଛି। ତେବେ ମୃତକଙ୍କ ଶାଶୁଙ୍କ କହିବା ଅନୁସାରେ ବୋହୁକୁ କିଛିଦିନ ଧରି ଭୁତ ଲାଗିଥିଲା, ବହୁ ଗୁଣିଆ ଆସି ଝଡା ଫୁଙ୍କା କରିଥିବା ବେଳେ ଗତ ପନ୍ଦର ଦିନ ତଳେ ଘରେ କେହି ନ ଥିବା ଅବସ୍ଥାରେ ଝିଅର କାକା ଜଣେ ଗୁଣିଆକୁ ନେଇ ଘରକୁ ଆସିଥିଲେ, ଉକ୍ତ ଗୁଣିଆ ଜଣକ ବନ୍ଦ ଘର ଭିତରେ ବୋହୁର ଇଜତ ଲୁଟ କରିଥିବା ବୋହୁ ପଞ୍ଚିଥିବା ବେଳେ ସମସ୍ତଙ୍କୁ ଜଣାଇଥିଲା। ଉକ୍ତ ଘଟଣାକୁ ତାର ବାପ ଘର କୁ ମଧ୍ୟ ଜଣାଇ ଥିବା ବେଳେ କେହି ବିଶ୍ୱାସ କରିନଥିଲେ। ବାରମ୍ବାର ବୋହୁ ନିଜର ଇଜତ ଯାଇଥିବା କହିଆସୁଥିବା ବେଳେ ଆଜି ନିଜେ ଆତ୍ମହତ୍ୟା କରିଥିବା କହିଛନ୍ତି ଶାଶୁ। ଘଟଣା କୁ ନେଇ ପୋଲିସ ଓ ସାଇଣ୍ଟିଫିକ ଟିମ ର ତଦନ୍ତ ପରେ ଶବକୁ ପୋଷ୍ଟ ମାର୍ଟମ କରି ପୋଲିସ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଥିବା ବେଳେ, ଶବକୁ କେହି ନେଇ ନଥିଲେ। ବାପ ଘର ଲୋକେ ଶ କୁ ନେଇ ନ ଥିବା ବେଳେ, ଶାଶୁ ଘର ଲୋକେ ପୋଲିସ ଭୟରେ ଫେରାର ଏବଂ ସ୍ୱାମୀ ପୋଲିସ ହେପାଜତରେ ଥିବାରୁ ଶବ ନେବାକୁ କେହି ନ ଥିଲେ। ଫଳରେ ପୋଲିସ ଶବକୁ କାନ୍ଧେଇ ଏକ କିଲୋମିଟର ରାସ୍ତା ଚାଲି ଚାଲି ଆସି ରାଜପଥ ପାର୍ଶ୍ଵରେ ଦାହ କରିଥିଲେ। ଯାହାକୁ ନେଇ ଅଂଚଳରେ ଚର୍ଚ୍ଚା ଲାଗିରହିଛି।ଆଇଆଇସି ରଂଜିତ କୁମାର ସାହୁଙ୍କ ନେତୃତ୍ୱରେ ସମସ୍ତ ଏସ ଆଇ (SI), ଏ ଏସ ଆଇ (ASI), କନେଷ୍ଟବଳ ସହ କିଛି ସ୍ବେଛାସେବୀ ଉପସ୍ଥିତ ଥିଲେ।
