ନୂଆପଡା ( ମିଖାଏଲ ନନ୍ଦ) :
ଦେଶର ଉପ ରାଷ୍ଟ୍ରପତି ପଦ ପାଇଁ ସିପି ରାଧାକୃଷ୍ଣନ ଙ୍କ ଆଜି ନାମାଙ୍କନ ଦାଖଲ, ୪ ସେଟ୍ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପାତ୍ର କୁ ରାଜ୍ୟସଭା ସାଧାରଣ ସଚିବ ଙ୍କୁ ପ୍ରଦାନ କରିଛନ୍ତି। ୪ ଗୋଟି ସେଟ୍ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜନାଥ ସିଂ ଏବଂ ଅମିତ ସା, ଏବଂ ଜେଡିୟୁ ରାଜୀବ ରଂଜନ ସିଂ ପ୍ରୋପଜର ରହିଛନ୍ତି। ସିପି ରାଧାକୃଷ୍ଣନ ରାଷ୍ଟ୍ରୀୟ ସ୍ୱୟଂ ସେବକ ସକ୍ରିୟ ସଦସ୍ୟ ସହିତ ଓବିସି ପଛୁଆ ବର୍ଗ ର ଅନ୍ତର୍ଗତ ଅଟନ୍ତି। ରାଧାକୃଷ୍ଣନ ତାମିଲନାଡୁ ରୁ ପୂର୍ବତନ ରାଜ୍ୟ ସଭାପତି, ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଦସ୍ୟ, କେରଳ ରାଜ୍ୟ ପ୍ରଭାରୀ, ଦୁଇଥର କୁଇମ୍ବାଟୁର ଲୋକସଭା ସଦସ୍ୟ, ମହାରାଷ୍ଟ୍ର ୨୪ ତମ ରାଜ୍ୟପାଳ ଭାବରେ ଦାୟିତ୍ବ ନିର୍ବାହୀ କରିଛନ୍ତି।
