
ନୂଆପଡା( ମିଖାଏଲ ନନ୍ଦ) :
ନୂଆପଡା ଜିଲ୍ଲା ଅନ୍ତର୍ଗତ ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ସଂସ୍କୃତ ସପ୍ତାହ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା ଙ୍କ ସଭାପତିତ୍ୱରେ ସଂସ୍କୃତ ବିଭାଗ ଅଧ୍ୟାପିକା ଆନନ୍ଦିନୀ ମିଶ୍ର ସଂସ୍କୃତ ଭାଷା ର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ ।ମୁଖ୍ୟ ଅତିଥି ଭାବରେ ଜୁନେନ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ରୀ ଅଶୋକ କୁମାର ସେଠୀ ଯୋଗଦେଇ ସଂସ୍କୃତ ଭାଷାର ଉତ୍ପତ୍ତି, ସାହିତ୍ୟ ର କ୍ରମବିକାଶ ସମ୍ପର୍କରେ ଆଲୋଚନା କରିଥିଲେ । ଯୁକ୍ତ ଦୁଇ ଅଧ୍ୟକ୍ଷ ଡ଼ ରଣବୀର ସିଂହ , ଛାତ୍ର କଲ୍ୟାଣ ଅଧିକାରୀ ଅଧ୍ୟାପିକା ଡ଼ ଗୀତାଶ୍ରୀ ପ୍ରିୟମ୍ବଦା , ଛାତ୍ର କଲ୍ୟାଣ ସହ ଅଧିକାରୀ ଅଧ୍ୟାପିକା ସାଗରିକା ପଣ୍ଡା ସଂସ୍କୃତ ଭାଷା ସପ୍ତାହ ଦିବସ ପାଳନ ସମ୍ପର୍କରେ ସୂଚନା ଦେଇଛନ୍ତି ।ଉକ୍ତ କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବିଭିନ୍ନ ବିଷୟରେ ପ୍ରତିଯୋଗିତାମାନ ହୋଇଥିଲା । ଶ୍ଳୋକ ଆବୃତ୍ତି ରେ ପ୍ରଥମ -ପ୍ରଦ୍ୟୁମ୍ନ ରଣା, ଦ୍ଵିତୀୟ-ସୁବାସ ଚନ୍ଦ୍ର ବାଗ ,ତୃତୀୟ-ଦୀପାଞ୍ଚଳି ଦାଶ ,ଏବଂ ଛବିଲାଲ ପଟେଲ ,ବକୃତାରେ ପ୍ରଥମ ସୁବାସ ଚନ୍ଦ୍ର ବାଗ,ଦ୍ଵିତୀୟ ଚିନ୍ମୟ ବେହେରା, ତୃତୀୟ ପ୍ରଦ୍ୟୁମ୍ନ ରଣା ,ଅନୁବାଦ ପ୍ରତିଯୋଗିତାରେ ପ୍ରଥମ ଛବିଲାଲ ପଟେଲ ,ଦ୍ଵିତୀୟ ସୁବାସ ଚନ୍ଦ୍ର ବାଗ ,ତୃତୀୟ ବାରିଧର ସୁନାନୀ କୃତକାର୍ଯ୍ୟ ହୋଇଛନ୍ତି ।ସଂସ୍କୃତ ବିଭାଗ ଛାତ୍ର ବାରିଧର ସୁନାନୀ ।