
ପାରଳାଖେମୁଣ୍ଡି (ଟିକି ଲିମା) : ଗଜପତି ଜିଲ୍ଲା କାଶୀନଗର ବ୍ଲକ୍ ଅନ୍ତର୍ଗତ ଅଲଡା ଗ୍ରାମ ପଞ୍ଚାୟତର ଗାନ୍ଧୀନଗର ଗ୍ରାମରେ ରବିବାର ସନ୍ଧ୍ୟା ୪ ଘଣ୍ଟା ସମୟରେ ବୌଦ୍ଧ ଧର୍ମ ଗ୍ରହଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଞ୍ଚଳର ବୁଦ୍ଧିଜୀବୀ ଓ ଗ୍ରାମବାସୀମାନେ ବୌଦ୍ଧ ଧର୍ମର ମୌଳିକ ତତ୍ତ୍ୱ ଓ ଆଦର୍ଶ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଉକ୍ତ ବୈଠକରେ ପେଣ୍ଟାୟା ଜେନା, ମହେନ୍ଦ୍ର ଜେନା, କର୍ଣ୍ଣ ମିଶାଲ, ଦୁର୍ଣ୍ଣ ମିଶାଲ, ଶ୍ରେଷ୍ଠମଣି ଜେନା, ଅନୁମା ନାଗ, ବିନୁ ଲିମା, ମାନୁଏଲ ନାଗ, ତ୍ରିପତି ଗାଣ୍ଟା, ଯାକୁବ ଲିମା, ଲାଲୁ ଜେନା, ରୁପା ନାଗ, କିଶୋର ଜେନା, ପ୍ରଫୁଲ ଲିମା, କର୍ଣ୍ଣ ଗାଣ୍ଟା, ରାଜୁ ଲିମା, ବାବୁଲା ଜେନା, ଜୀବରତ୍ନ ମିଶାଲ, ହରିବାକବୁ ଜେନା, ଆନନ୍ଦ ପାଷ୍ପୁରେଡି, ରାମଣା ଲିମା ପ୍ରମୁଖ ଉପସ୍ଥିତ ରହି ବୌଦ୍ଧ ଧର୍ମ ଗ୍ରହଣ କରିବା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଥିଲେ। ଆଲୋଚନା ମାଧ୍ୟମରେ ବୌଦ୍ଧ ଧର୍ମର ଶାନ୍ତି, ଅହିଂସା ଓ ସମତାର ବାର୍ତ୍ତାକୁ ଜୀବନରେ ଆଦରି ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ବୈଠକ ଗ୍ରାମବାସୀଙ୍କ ମଧ୍ୟରେ ବୌଦ୍ଧ ଧର୍ମ ପ୍ରତି ଆଗ୍ରହ ଓ ସଚେତନତା ସୃଷ୍ଟି କରିବାରେ ସଫଳ ହୋଇଥିବା ଜଣାପଡ଼ିଛି।