ନୂଆପଡା( ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲାକୁ ସମ୍ମାନ ଓ ସଫଳତା ଆଣିଦେଇଛି। କେନ୍ଦ୍ର ସରକାର ପକ୍ଷ ରୁ ସ୍ଵମ୍ପୂର୍ଣ୍ଣତା ଅଭିଯାନ ଜରିଆରେ ଆକାଂକ୍ଷା ଜିଲ୍ଲା ରୂପେ ନୂଆପଡ଼ା ଜିଲ୍ଲାର ଦୁଇ ଗୋଟି ବ୍ଲକ୍ କୋମନା ଏବଂ ବୋଡ଼େନ ରେ ୬ ଗୋଟି ପାରାମିଟର ରୁ ୪ ଗୋଟି ପାରାମିଟର ରେ ଶତ ପ୍ରତିଶତ ହାସଲ କରିଛନ୍ତି। ଜିଲାର ଶିକ୍ଷା, ସ୍ବାସ୍ଥ୍ୟ,ମାଁ ଓ ଶିଶୁ ଉନ୍ନୟନ ଏବଂ କୃଷି ବିଭାଗ ରେ ସଫଳତା ଆଣିଛନ୍ତି ଆଜି ଭୁବନେଶ୍ୱର ଠାରେ ଆୟୋଜିତ ସ୍ଵମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ମହା ପର୍ବ ରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଙ୍କୁ ଓଡ଼ିଶା ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ବ୍ରୋଞ୍ଚ ପଦକ ହାସଲ କରିଛନ୍ତି। ଗୋଟିଏ ଜିଲ୍ଲା ସଫଳତା ପାଇ ବିଭାଗୀୟ ଅଧିକାରୀଙ୍କ ଏକତା ଓ ସମନ୍ଵୟତା ରକ୍ଷା, ଲକ୍ଷ ହାସଲ ପାଇ ଏକ ମିଶନ ମୋଡ଼ ରେ ନିଜ ଦକ୍ଷତା ପ୍ରଦର୍ଶନ ହିଁ ସଫଳତା ଆଣିଦେଇଥାଏ। ତେଣୁ ଆଜି ଜିଲ୍ଲାବାସୀ ଦରଦୀ ମଣିଷ, ସମସ୍ୟା କୁ ଅତି ନିକଟ ରୁ ଦେଖି ,ବୁଝି, ପରକ୍ଷୀ ଓ ଅନୁଭବୀ ବ୍ୟକ୍ତିତ୍ଵକୁ ଜିଲ୍ଲାପାଳ ରୂପେ ପାଇ ବେଶ ଆନନ୍ଦିତ ଏବଂ ଅଶେଷ ସାଧୁବାଦ୍ ଜଣାଇଛନ୍ତି।
