ଜନ୍ମ ଜୟନ୍ତୀରେ ନବକୃଷ୍ଣ ଚୌଧୁରୀ ଓ ଜାତୀୟ କବି ଙ୍କୁ ଶ୍ରଦ୍ଧାଞ୍ଜଳି।
ଜଗତସିଂହପୁର(ନି.ପ୍ର):
ଜନ୍ମ ଜୟନ୍ତୀରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଋଷିପ୍ରତିମ ରାଜନେତା’ ନବକୃଷ୍ଣ ଚୌଧୁରୀ ଓ ଜାତୀୟ କବି ବୀରକିଶୋର ଦାସ ଙ୍କୁ ଜଗତସିଂହପୁର ଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଅଛି।
ପୂର୍ବତନ ଜିଲ୍ଲା ପରିଷଦ ସଭାପତି ନଟବର ବାରିକଙ୍କ ନେତୃତ୍ୱରେ ଉଭୟ ରାଜନେତା ନବକୃଷ୍ଣ ଚୌଧୁରୀ ଓ ଜାତୀୟ କବି ବୀରକିଶୋର ଦାସ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।
ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ପୌର ପରିଷଦ ଅଧ୍ୟକ୍ଷ ତଥା ଯୁବନେତା ବିପ୍ଳବ ଚୌଧୁରୀ, ଯୁବନେତା ମାନସ କୁମାର ରଥ, ଅବନୀକାନ୍ତ ମହାରଣା, ସୁଦର୍ଶନ ବେହେରା, ଇନତିୟାଜ୍ ଅହମ୍ମଦ ଖାନ୍, ଉମେଶ ସ୍ବାଇଁ, ଶଙ୍କରେଶ୍ବର ଦାସ, ପବିତ୍ର ପରିଡ଼ା,ଶରତ ଚନ୍ଦ୍ର ପାତ୍ର, ଜୟୀରାମ ଦାସ ଓ କାଳିଆ ଭୋଇ ପ୍ରମୁଖ ଯୋଗ ଦେଇ ଦିବଂଗତ ମହାପୁରୁଷ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
