*ରବିଋତୁ ପାଇଁ କେନାଲରେ ପାଣି ଛାଡ଼ିବା ଦାବିରେ ଚାଷୀଙ୍କ ଲୋୟର ଇନ୍ଦ୍ର ଜଳସେଚନ କାର୍ଯ୍ୟାଳୟ ଘେରାଓ*
ନୂଆପଡା (ମିଖାଏଲ ନନ୍ଦ)
ତା:୨୩.୧୧
ରବି ଚାଷ ପାଇଁ କେନାଲରେ ପାଣି ଯୋଗାଣ ଦାବିରେ ତାତିଲେ ଚାଷୀ। ଖଡ଼ିଆଳସ୍ଥିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଘେରାଓ କରିବା ସହ ପ୍ରତିବାଦ ଜଣାଇଛନ୍ତି ଚାଷୀ। ପ୍ରତିବର୍ଷ ରବି ଋତୁରେ କେନାଲ ମାଧ୍ୟମରେ ପାଣି ଯୋଗାଣ ହେଉଥିବା ବେଳେ ଚଳିତବର୍ଷ ପାଣି ନ ଛାଡ଼ିବାକୁ ନିଷ୍ପତ୍ତି ଚାଷୀଙ୍କ ଚିନ୍ତା ବଢ଼ାଇଛି। ବନ୍ୟା ଓ ବାତ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ରବି ଚାଷ ହିଁ ଏବେ ଭରସା। ତେବେ ଜଳ ଯୋଗାଣ ବନ୍ଦ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ବଢ଼ିଥିବା ବେଳେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଚେତାବନୀ ଦେଇଛନ୍ତି ଚାଷୀ।
ନୂଆପଡ଼ା ଜିଲ୍ଲାର ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ତିଖାଲି ଡ୍ୟାମର ଡାହାଣ ମୁଖ୍ୟ କେନାଲ ଉପରେ ନିର୍ଭର କରନ୍ତି ଅନେକ ଚାଷୀ। ବିଶେଷକରି ରବି ଋତୁରେ ଏହି କେନାଲରୁ ପାଣି ପାଇ ଚାଷ କରିଥାନ୍ତି ଚାଷୀ। କିନ୍ତୁ ଚଳିତବର୍ଷ କେନାଲରେ ପାଣି ନ ଛାଡ଼ିବାକୁ ନିଷ୍ପତ୍ତି ହୋଇଥିବା ଜାଣିବା ପରେ ଚାଷୀଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ।
ଏହି ନିଷ୍ପତ୍ତିର ପ୍ରତିବାଦ କରି ଚାଷୀମାନେ ଖଡ଼ିଆଳସ୍ଥିତ ଲୋୟର ଇନ୍ଦ୍ର ଜଳସେଚନ କାର୍ଯ୍ୟାଳୟର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଅଫିସ ଘେରାଓ କରିଛନ୍ତି। ଏଥିରେ ଖଡିଆଳ ଓ ବୋଡେନ ବ୍ଲକର ଚାଳିଶଟି ଗ୍ରାମର ଚାଷୀ ମ
