*କୋମନାରେ ବେଆଇନ ଭାବେ ଶହ ଶହ ଆଧାର କାର୍ଡ ରାସ୍ତାକଡ଼ରେ ପଡ଼ିଥିବା ଦୃଶ୍ୟ ଦେଖିବାକୁ ମିଳିଛି*।
ନୁଆପଡ଼ା( ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅଧୀନ କୋମନା ରୁ ଭରୁଆମୁଣ୍ଡା ରାସ୍ତା ନିକଟରେ ଶହଶହ ସଂଖ୍ୟାରେ ଆଧାର କାର୍ଡ ପଡ଼ିରହିଥିବା ଦେଖିବାକୁ ମିଳିଛି । ଏହି ଆଧାର କାର୍ଡଗୁଡ଼ିକ ଟିକ୍ରାପଡ଼ା, ମହୁଲଭଟା ଓ ଆଖପାଖ ଗ୍ରାମର ଲୋକଙ୍କର ବୋଲି ଜଣାପଡ଼ିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଏଠାରେ ପଡ଼ିଥିବା ଆଧାର କାର୍ଡଗୁଡ଼ିକ ମଧ୍ୟରୁ କିଛି ଖୋଲା ଥିବା ବେଳେ ଆଉ କିଛି ସିଲ୍ ହୋଇ ରହିଛି। ଘଟଣା ସମ୍ପର୍କରେ ଖବରପାଇ ସ୍ଥାନୀୟ କିଛି ଯୁବକ ଘଟଣାସ୍ଥଳରେ ପହଞ୍ଚି ଏଗୁଡ଼ିକୁ ଜବତ କରିବା ସହ କୋମନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପବିତ୍ର ସାମଲ (ବିଡିଓ) ଙ୍କ ନିକଟରେ ଦାଖଲ କରିଛନ୍ତି I ତେବେ ଏତେ ପରିମାଣର ପରିଚୟପତ୍ର ପତ୍ର ଏପରି ଭାବରେ ରାସ୍ତାକଡ଼ରେ ଅସୁରକ୍ଷିତ ଅବସ୍ଥାରେ ପଡ଼ିରହିବା ପଛରେ ବଡ଼ଧରଣର ଦୁର୍ନୀତି ବା ଅବହେଳା ଥାଇପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଆଶଙ୍କା ପ୍ରକାଶ ପାଇଛି I ଏହି ପ୍ରସଙ୍ଗରେ କୋମନା ବିଡିଓ ସୂଚନା ଦେଇ କହିଛନ୍ତି ଯେ, ଜବତ ହୋଇଥିବା ମୋଟ ଆଧାର କାର୍ଡଗୁଡ଼ିକର ସଂଖ୍ୟା ୧୯୭ ଜଣଙ୍କର ରହିଛି | ଏଭଳି ସମ୍ବେଦନଶୀଳ ଡାଟା ଓ କାର୍ଡଗୁଡ଼ିକ କିପରି ଏଠାରେ ପହଞ୍ଚିଲା ଏବଂ ଏହାର ପ୍ରକୃତ ଦାୟୀ କିଏ, ସେନେଇ ପ୍ରଶାସନ ପକ୍ଷରୁ ତଦନ୍ତ କରାଯିବ ବୋଲି କହିଛନ୍ତି |
